କନକ ବ୍ୟୁରୋ: ଭୋଟ୍ ଚୋରିକୁ ନେଇ ଦିଲ୍ଲୀରେ କଂଗ୍ରେସର ଗର୍ଜନ । ରାମଲୀଲା ମଇଦାନରେ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ତେବେ ବିକ୍ଷୋଭ, ପ୍ରତିବାଦ ସଭାପରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ପ୍ରସ୍ତୁତି ଚାଲିଛି । ରାଲିକୁ ସମ୍ୱୋଧିତ କରିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେହିପରି ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି ବରିଷ୍ଠ କଂଗ୍ରେସ ନେତା ଓ ସବୁ ସାଂସଦ ସାମିଲ ସହ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଲି ପୂର୍ବରୁ ସବୁ ନେତା, ସାଂସଦ କଂଗ୍ରେସ ମୁଖ୍ୟାଳୟର ଇନ୍ଦିରା ଭବନରେ ଏକାଠି ହୋଇ ରାମଲୀଲା ମଇଦାନକୁ ଶୋଭାଯାତ୍ରାରେ ବାହାରିଥିଲେ ।
ଆହୁରି ପଢ଼ନ୍ତୁ : ବର୍ଦ୍ଧିତ ଦରମାକୁ ନବୀନଙ୍କ ‘NO’: କଂଗ୍ରେସ କହିଲା, ପଲିଟିକାଲ୍ ଷ୍ଟଣ୍ଟ୍
ସଂସଦରୁ ସଡ଼କ ଯାଏଁ ଭୋଟି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । କଥିତ ଭୋଟ ଚୋରି ପ୍ରସଙ୍ଗରେ ଆଜି ବଡ଼ ପ୍ରଦର୍ଶନ କରିବାକୁ ଯାଉଛି ଦଳ। ଏଥିରେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। କଂଗ୍ରେସର ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣ ଅନିୟମିତତା ହେଉଛି । ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି । ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏବଂ ସରକାର ସହ ନିର୍ବାଚନ କମିସନ ଉପରେ ଚାପ ପକାଇବାକୁ ବଡ଼ ରାଲିରୁ ଆୟୋଜନ କରୁଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/14/delhi-congress-2025-12-14-14-14-40.jpg)