କନକ ବ୍ୟୁରୋ: ବିଜୁ ଯୁବ ଆଉ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଗଠନ ହେବା ପରେ, ଏବେ ଏହାକୁ ନେଇ ଦେଖାଦେଇଛି ବିବାଦ । ଘୋଷଣା କରାଯାଇଥିବା ରାଜ୍ୟସ୍ତରୀୟ କମିଟିକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ସ୍ମୃତି ରଞ୍ଜନ ପଣ୍ଡା । ମିଳିଥିବା ସୂଚନା ଅନୁସାରେ, ଘୋଷଣା ହୋଇଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳରେ କଟକରୁ କିଛି ପିଲାଙ୍କ ନାଁ ରହିଥିଲା । ହେଲେ ଏମିତି କିଛି ପିଲାଙ୍କୁ ବାଦ୍ ଦିଆଯାଇଛି, ଯେଉଁମାନେ କି ଦୀର୍ଘ ସମୟ ହେଲା ଦଳ ପାଇଁ କାମ କରିଆସୁଛନ୍ତି । ତେଣୁ ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିବା ସହିତ ଦଳର ସୁପ୍ରିମୋଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ, ୨୦୨୪ ସାଧାରଣ ନିର୍ବାଚନରେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଆଣି କଟକରେ ଟିକେଟ୍ ଦେଇ ଦଳ ଭୁଲ୍ କରିଥିବା କଥା ସେ କହିଛନ୍ତି । ଏହାସହ ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ନ ଦେଲେ କଟକରେ ଦଳର ଅସ୍ତତ୍ୱ ରହିବା କଷ୍ଟକର ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଆହୁରି ପଢ଼ନ୍ତୁ : ଏସ୍ଆଇ କେଳେଙ୍କାରୀ ମାମଲା : ୧୬ଜଣଙ୍କ ନାଆଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/04/bjd-2025-08-04-19-09-17.jpg)