Supreme Court Photograph: (KanakNews)
କନକ ବ୍ୟୁରୋ: କୌଣସି ବିଲ୍କୁ ଅନୁମୋଦନ ଦେବାକୁ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ପାଇଁ ଅଦାଲତ ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ । ସମ୍ବିଧାନର ଧାରା ୧୪୩ ଅନୁଯାୟୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଦିଆଯାଇଥିବା ସନ୍ଦର୍ଭ ବା ପ୍ରେସିଡେନସିଆଲ ରେଫରେନ୍ସର ଉତ୍ତର ଦେଇ ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଲ୍ଗୁଡ଼ିକୁ ସମ୍ମତି ପ୍ରଦାନ କରିବା ସମ୍ପର୍କରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ନିଷ୍ପତ୍ତି ପାଇଁ କୋର୍ଟ କୌଣସି ସମୟସୀମା ଲାଗୁ କରିପାରିବେ ନାହିଁ ।
କୁକୁରଙ୍କ ପାଇଁ ଆସିବ ନୂଆ ନୀତି, ୭ରେ ନୀତି ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ
ଗତ ମେ ମାସରେ ସୁପ୍ରିମକୋର୍ଟକୁ ପ୍ରେସିଡେନସିଆଲ ରେଫରେନ୍ସ ଆସିଥିଲା । ଏକାଧିକ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଗୁରୁବାର ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗବାଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, କୌଣସି ବିଲ୍ ଆଇନରେ ପରିଣତ ହେବା ପରେ ହିଁ ନ୍ୟାୟିକ ସମୀକ୍ଷା କରାଯାଇପାରିବ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ବିଲ୍ ମଞ୍ଜୁରିର ସମୟସୀମା ଲାଗୁ କରିବା ସମ୍ବିଧାନର ସମ୍ପୂର୍ଣ୍ଣ ବିରୋଧୀ । ତେବେ ବିଳମ୍ବିତ, ଅସ୍ପଷ୍ଟ ଏବଂ ଅନିର୍ଦ୍ଦିଷ୍ଟ ନିଷ୍କ୍ରିୟତା ନିଶ୍ଚିତ ଭାବରେ ସୀମିତ ନ୍ୟାୟିକ ଯାଞ୍ଚକୁ ଆମନ୍ତ୍ରଣ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
Follow Us