କନକ ବ୍ୟୁରୋ: ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳଦେଇ ରାଜ୍ୟ ତଥା ଦେଶରେ ସରକାରୀ, ବେସରକାରୀ ମେଡ଼ିକାଲ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସରକାରୀ ମେଡ଼ିକାଲରେ ଗୋଟିଏ ନିୟମ ପାଳନ ହେଉଥିବା ବେଳେ ବେସରକାରୀ ମେଡ଼ିକାଲରେ ଭିନ୍ନ ନିୟମ ପାଳନ ହେଉଥିବା ଦେଖିବାକୁ ମିଳିଛି । ଆଇସିୟୁ, ସିସିୟୁ ୟୁନିଟକୁ ନେଇ କରାଯାଉନି ସଚେତନତା । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ସମୟରେ ରହୁନାହିଁ ତାଳମେଳ । ରୋଗିଟିଏ ଆଇସିୟୁକୁ ଗଲା ପରେ ଭିତରେ କଣ ଚିକିତ୍ସା ଚାଲିଛି, ରୋଗୀକୁ କେଉଁ ଔଷଧ ଦିଆଯାଉଛି ଏନେଇ ସମ୍ପର୍କୀୟଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉନି ।
ଏପରି କି ରୋଗୀର ମୃତ୍ୟୁ ପରେ ମଧ୍ୟ ପରିବାର ଲୋକଙ୍କୁ ମିଛ କହି ଘରୋଇ ମେଡ଼ିକାଲ ଗୁଡ଼ିକ ଟଙ୍କା ଲୁଟୁଥିବା ନେଇ ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ସେହିପରି ମୋଟ ଶଯ୍ୟାର ୧୦% ଆଇସିୟୁ ରଖିବା ନିୟମକୁ ମଧ୍ୟ ଅବମାନନା କରାଯାଉଛି । ଏସବୁ ଉପରେ ରୋକ ଲଗାଇବାକୁ ସାରା ଦେଶରେ ଆଗକୁ ସ୍ବତନ୍ତ୍ର ଏସ୍ଓପି ଜାରି ହେବାକୁ କରାଯିବ । ରାଜ୍ୟକୁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ । ଏନେଇ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/30/sop-to-be-issued-for-icu-2025-10-30-08-37-35.jpg)