କନକ ବ୍ୟୁରୋ: ବୁଲା କୁକୁରଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖରେ ନୀତି ନିର୍ଦ୍ଧାରଣ କରିବେ । ସ୍ୱତନ୍ତ୍ର ସରକାରୀ ପ୍ରତିଷ୍ଠାନ ପରିସରରେ ବୁଲା କୁକୁରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇପାରେ । ବୁଲା କୁକୁରଙ୍କ ପରିଚାଳନା ପାଇଁ ସୁପ୍ରିମକୋର୍ଟ ଆଜି ଏକ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ୍ ଏନ. ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବୁଲା କୁକୁର ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ ସହ ନିର୍ଦ୍ଦେଶ ଜାରି କରାଯିବ ।
ବଢ଼ୁଛି ନୂଆପଡ଼ା ଉପ-ନିର୍ବାଚନ ତାତି, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ମଇଦାନରେ ସୁପ୍ରିମୋ ନବୀନ ପଟ୍ଟନାୟକ
ପୂର୍ବରୁ ବୁଲା କୁକୁରଙ୍କୁ ଅଲଗାସ୍ଥାନରେ ରଖି ବନ୍ଧ୍ୟାକରଣ, ଟିକାଦାନ ଓ ଖାଦ୍ୟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଏହା ଉପରେ କିଛି ସଂଗଠନ ଓ ସ୍ୱେଚ୍ଛାସେବୀ ଆପତ୍ତି କରି ପୁଣି ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ କିଛିଟା କୋହଳ ମନୋଭାବ ପୋଷଣ କରିଥିବା ବେଳେ ଆସନ୍ତା ୭ ତାରିଖରେ ନୂଆ ନୀତି ନିର୍ଦ୍ଧାରଣ ସହ ନିର୍ଦ୍ଦେଶ ଜାରି କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/18-2025-11-03-14-33-34.jpg)