Sunetra Pawar Photograph: (Google)
କନକ ବ୍ୟୁରୋ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଆଜି ଶପଥ ଗ୍ରହଣ କରିଛନ୍ତି । ଲୋକ ଭବନରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେଲେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ: ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା ; ଶରଦ ପାୱାରଙ୍କୁ ଭେଟିଲେ ପାର୍ଥ ପାୱାର
ବୁଧବାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଗତକାଲି ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ସର୍ବସମ୍ମତି କ୍ରମେ ଏନସିପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଶପଥ ପାଠ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି । ୬୨ ବର୍ଷୀୟା ସୁନେତ୍ରା ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପିଲାଦିନରୁ ରାଜନୀତି ଓ ସମାଜସେବା ସହ ଜଡ଼ିତ ଅଛନ୍ତି। ଏବେ ସୁନେତ୍ରା ରାଜ୍ୟସଭା ସଦସ୍ୟା ଅଛନ୍ତି ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ସାଂସଦ ପଦରୁ ଇସ୍ତଫା ଦେବେ ।
Follow Us