କନକ ବ୍ୟୁରୋ : ଅଜିତ ପାଵାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି । ସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ଆସନ୍ତା କାଲି ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । 

Advertisment

ଅଧିକ ପଢ଼ନ୍ତୁ :  ପାୱାରଙ୍କ "ପାୱାର ଡିନର'କୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଯୋଗଦେଲେ ଅଜିତ୍ ପାୱାର

କେବଳ ସେତିକି ନୁହେଁ ସେ କହିଥିଲେ, ଉଭୟଙ୍କ ପାଖରେ ପ୍ରବଳ ଶକ୍ତି ଅଛି, ୪୦ ବିଧାୟକ ଏବଂ ୧୦ ସାଂସଦ ଅଛନ୍ତି, ତେଣୁ ସେମାନେ ଏକ ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି କି ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଏ, ତେବେ ସେ ପ୍ରଭାବଶାଳୀ ଭାବରେ କାମ କରିପାରିବେ। ତାଙ୍କ ପାଖରେ ଏବେ ରାଜ୍ୟସଭା ଅଭିଜ୍ଞତା ମଧ୍ୟ ଅଛି । ଏଠାରେ କହିରଖୁଛୁ କି, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନରେ ବାରାମତୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ତାଙ୍କର ମୁକାବିଲା ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ସୁପ୍ରିୟା ସୁଲେଙ୍କ ସହ ହୋଇଥିଲା। ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଏହା ସୁନେତ୍ରା ପାୱାରଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଥିଲା। ତା''ପରେ ଅଜିତ ପାୱାର ତାଙ୍କ ପତ୍ନୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ସଂସଦର ଉଚ୍ଚ ସଦନର ସଦସ୍ୟ ହୋଇଥିଲେ। ୨୫ ଜୁନ୍ ୨୦୨୫ରେ ସୁନେତ୍ରା ପାୱାର ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ। ସେବେଠାରୁ ସେ ସଦସ୍ୟ ଅଛନ୍ତି।

ଏସବୁ ଭିତରେ ମହାରାଷ୍ଟ୍ର ରାଜନୈତିକ ଗତିବିଧି ସ୍ପଷ୍ଟ ବାରି ହୋଇଯାଉଛି। ବରିଷ୍ଠ ଏନସିପି ନେତାମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ଏନସିପି ନେତାଙ୍କ ସହ ଫଡନାଭିସଙ୍କ ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଛଗନ ଭୁଜବଳ, ଏନସିପିର ଜାତୀୟ କାର୍ୟ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ଏନସିପି ମୁମ୍ବାଇ ମୁଖ୍ୟ ସୁନୀଲ ତତକରେ ଓ ଧନଞ୍ଜୟ ମୁଣ୍ଡେ ପ୍ରମୁଖ ସାମିଲ ଥିଲେ।