ବହୁ ପୁରାତନ ସୁନାଖଳାର ଶୁଖୁଆ ବଜାର,  ଶୁଖୁଆ ପାଇଁ ରହିଛି ପ୍ରସିଦ୍ଧି

Advertisment

ମାସକୁ କାରବାର ହୁଏ କୋଟିକୋଟି ଟଙ୍କା । ଶହେ ଟଙ୍କାରୁ ୫ ହଜାର ପର୍ଯ୍ୟନ୍ତ ରହିଛି ଦାମ୍‌ । ଶୀତ ୪ ମାସ ଜମେ ବେପାର ।

Updated On

ମାସକୁ କାରବାର ହୁଏ କୋଟିକୋଟି ଟଙ୍କା । ଶହେ ଟଙ୍କାରୁ ୫ ହଜାର ପର୍ଯ୍ୟନ୍ତ ରହିଛି ଦାମ୍‌ । ଶୀତ ୪ ମାସ ଜମେ ବେପାର ।

ଅଦ୍ୟତନ ହୋଇଛି
Sukhua bazaar

Sukhua bazaar Photograph: (KanakNews)

କନକ ବ୍ୟୁରୋ:  ଶୀତଦିନେ ପଖାଳ ସାଙ୍ଗକୁ ଶୁଖୁଆ ଖାଇବାର ମଜା ନିଆରା । ସରିଯାଇଛି ଲୋକଙ୍କ କାର୍ତିକର ହବିଶିଆଳିଙ୍କ ନିରାମିଷ ମାସ ଆଉ ଏବେ ଆରମ୍ଭ ହୋଇଛି ଲୋକମାନକ ପାଇଁ ଆମିଷ ଖାଇବାର ଦିନ । ପୁଣି ବର୍ଷା ସରି ଶିତ ଦିନ ଆସି ଯାଇଥିବାରୁ ଏହି ସମୟରେ ଶୁଖୁଆ ପ୍ରତି ଲୋକଙ୍କର ଆଗ୍ରହ ବଢିଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାରୁ ନୟାଗଡ଼ ଯିବା ରାସ୍ତାରେ ପଡେ ରାଜସୁନାଖଳା ବଜାର। ବସରେ ଯିବାବେଳେ ଶୋଇଥିବା ଲୋକ ବି ଏଠାରେ ଉଠିପଡେ । କାରଣ ଶୁଖୁଆ ଗନ୍ଧରେ ଲୋକଙ୍କ ନିଦ ଭାଙ୍ଗିଯାଏ । ଏହି ବଜାର ଶୁଖୁଆ ପାଇଁ ପରିଚିତ । ଖଇଙ୍ଗା, ଇଲିସ ଭଳି ପାଖାପାଖି ଏଠାରେ ଶହେରୁ ଦେଢ଼ ଶହ ପ୍ରକାର ଶୁଖୁଆ ମିଳେ । ବଜାରରେ ୩୦ରୁ ଅଧିକ ଦୋକାନ ରହିଛି । ୭ଟି ହୋଲସେଲର ଦୋକାନ ମଧ୍ୟ ଅଛି ଏହି ବଜାରରେ। ବହୁ ପୁରାତନ ଏହି ଶୁଖୁଆ ବଜାର । 

ଅଧିକ ପଢନ୍ତୁ ;  ସାରୁଅ ସୁଖୁଆ, ଭାରି ସୁଆଦିଆ: ଜାତୀୟ ରାଜପଥ କଡ଼ରେ ବସିଥିବା ଏହି ହାଟରେ ସୁଖୁଆ ବିକ୍ରି କରନ୍ତି ରାଜ୍ୟର ବିଭିନ୍ନ ସ୍ଥାନର ବ୍ୟବସାୟୀ

 ୧୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଶୁଖୁଆ ଦାମ୍‌ । ବିଭିନ୍ନ ଭେରାଇଟିର ଶୁଖୁଆ ମିଳୁଥିବାରୁ ବସ୍‌ରେ ଯାଉଥିବା ଯାତ୍ରୀ ଶୁଖୁଆ କିଣିବାକୁ ଏଠାରେ ଅଟକିଯାଆନ୍ତି। ଅନ୍ୟଦିନ ଅପେକ୍ଷା ଶୀତ ଦିନରେ ଭଲ ବ୍ୟବସାୟ ହୋଇଥାଏ । ଇଲିଶି, ଖଇଙ୍ଗା, ଇଲିଶିମଞ୍ଜା, ପଥରମୁଣ୍ଡି, କାଉଆ, ବୋରାଗ, ଲାଞ୍ଜି, ଖାରପାଣିଆ, କୋକଲି, ଚିଙ୍ଗୁଡ଼ି, ଚାନ୍ଦି, କଦଳୀମଞ୍ଜ ଭଳି ଶୁଖୁଆ ଏହି ବଜାରରେ ମିଳିଥାଏ। ବିନା କେମିକାଲଯୁକ୍ତ ବିଶେଷକରି ସମୁଦ୍ରତଟ ଅଂଚଳ ହୁମା, ଚିଲିକା, ଗୋପାଳପୁର, ପାରାଦୀପ ଆଦି ଅଂଚଳରୁ ଏହି ଶୁଖୁଆ ଆସିଥାଏ ।  ଗରିବଠୁ ଧନୀ ପ୍ରତେକ ବର୍ଗର ଲୋକଙ୍କ ପସନ୍ଦ ଶୁଖୁଆ। ବିଶେଷକରି ଓଡିଆ ଲୋକଙ୍କ ପଖାଳ କଂସାରେ ଶୁଖୁଆ ଖାଇବାର ମଜା ବି ନିଆରା । ସେଥିପାଇଁ ତ ଏହାର ଚାହିଦା ଢେର ଅଧିକ । ବଜାରଟି ଜାତୀୟ ରାଜପଥ କଡ଼ରେ ପଡ଼ୁଥିବାରୁ ,ଏହି ରାଜପଥ ଦେଇ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯାଉଥିବା ଯାତ୍ରୀ କିଣି ନିଅନ୍ତି ସୁନଖଳା ଶୁଖୁଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe