କନକ ବ୍ୟୁରୋ: ଓଡ଼ିଆଙ୍କ ପଖାଳ ସହିତ ଶୁଖୁଆର ସ୍ବାଦ ଭାରି ନିଆରା । ଗରିବଠୁ ଆରମ୍ଭ କରି ଧନୀ.. ସବୁ ବର୍ଗର ଲୋକଙ୍କ ପସନ୍ଦ ପାଲଟେ ଶୁଖୁଆ। ଏଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୁଖୁଆ ହାଟ ରହିଛି । ସେଥିମଧ୍ୟରୁ ସାରୁଅ ବଜାର ଅନ୍ୟତମ । ଯେଉଁଠି ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ଶୁଖୁଆ ପସରା ମେଲାଇ ବସିଥାଆନ୍ତି । ପ୍ରତେକ ଦିନ ଏହି ବଜାରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଶୁଖୁଆ ବ୍ୟବସାୟ ହୋଇଥାଏ । ଏହି ବଜାରକୁ ହୁମା, ରମ୍ଭା ଅଂଚଳରୁ ଶୁଖୁଆ ବିକ୍ରି ପାଇଁ ଆସିଥାଏ । ବିନା କେମିକାଲଯୁକ୍ତ ଶୁଖୁଆ ମିଳୁଥିବାରୁ ଗ୍ରାହକଙ୍କ ପସନ୍ଦ ପାଲଟେ ଏହି ହାଟର ଶୁଖୁଆ । ଏହି ବାଜାରରେ ପାଖାପାଖି ୭୦ ପ୍ରକାରର ଶୁଖୁଆ ମିଳିଥାଏ । ଯେପରିକି ଲୁଣି, ଖାରାପାଣିଆ, କୋକଲି, ପଥରମୁଣ୍ଡି, ଖଅଙ୍ଗା, ଶାବଳା, ଇଲିସି, ଭେକଟି, ଚିଙ୍ଗୁଡ଼ି, କଣ୍ଟାଳ, ଚିଙ୍ଗୁଡ଼ି, କଡ଼ି ଚିଙ୍ଗୁଡ଼ି ଆଦି ଅନେକ ପ୍ରକାରର ଶୁଖୁଆ ମିଳେ।

Advertisment

ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ କିଛି ବାଟ ଗଲେ ସାରୁଅ ବଜାର ପଡ଼ିଥାଏ। ହାଠରେ ହାତ ତିଆରି ଶୁଖୁଆ ମିଳିଥାଏ । ଦୀର୍ଘବର୍ଷ ଧରି ଏହି ବଜାର ଚାଲିଥିବାବେଳେ ପ୍ରତିଦିନ ଏଠାରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ବିଶେଷକରି ଶୀତଦିନେ ଅଧିକ ଶୁଖୁଆ ମିଳିଥାଏ । ବ୍ୟବସାୟ ମଧ୍ୟ ଭଲ ହୋଇଥାଏ । ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ୟ୍ୟନ୍ତ ରହିଛି ଶୁଖୁଆ ଦର । 

ମାଛ ଓ ମାଂସର ଦର ଅଧିକ ରହୁଥିବାରୁ ଗରିବ ଲୋକଙ୍କ ପଖାଳ କଂସାରେ ଶୋଭାପାଇଥାଏ ଶୁଖୁଆ । ଜାତୀୟ ରାଜପଥ କଡ଼ରେ ହାଟଟି ପଡୁଥିବାରୁ ଏହିଠାରୁ ଶୁଖୁଆ ନେବାକୁ ଲୋକମାନେ ପସନ୍ଦ କରନ୍ତି ।