ପୂରା ଗାଁ ମୋ ପଢ଼ିବାକୁ ବିରୋଧ କରିଥିଲା, ଜେଜେଙ୍କ ଆଶୀର୍ବାଦ ମୋତେ IAS  କରିଦେଲା

ଜେଜେ ମୋତେ ଅଭୟ ବାଣୀ ଶୁଣାଇଥିଲେ । ତାଙ୍କ ଆଶୀର୍ବାଦ ମୋତେ IAS ବନେଇଲା

IAS Priya Rani

IAS Priya Rani Photograph: (KanakNews)

କନକ ବ୍ୟୁରୋ:  ପ୍ରତିବର୍ଷ ଭାରତରେ ଲକ୍ଷ ଲକ୍ଷ ପିଲା UPSC  ପରୀକ୍ଷାରେ ବସୁଛନ୍ତି । ଆଇଏଏସ୍ ହେବାର ସ୍ବପ୍ନ ଦେଖୁଛନ୍ତି ।  ହେଲେ ଏ ପରୀକ୍ଷା ଯେ ଭାରୀ କଷ୍ଟ । ଅନେକ ବାରମ୍ବାର ଚେଷ୍ଟା ପରେ ବିଫଳ ହୋଇ ଏଥିରୁ ଦୂରେଇ ଯାଆନ୍ତି । ଏଥିରେ ସଫଳତା ପାଇବା ସବୁଠୁ ବଡ଼ ଉପଲବ୍ଧି , ଭାରୀ କଷ୍ଟ ।  ହେଲେ ବିହାରର ଝିଅ ପ୍ରିୟା ରାଣୀ ଅନେକ ପ୍ରତିବନ୍ଧକ ପରେ ବି ପ୍ରଥମ ଚେଷ୍ଟାରେ ହିଁ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିଲେ ।

ହେଲେ ପ୍ରିୟା ରାଣୀଙ୍କର ଏ ସଫଳତା ସବୁଠୁ ଭିନ୍ନ ଥିଲା । କାରଣ ସେ ବିହାରର ଏଭଳି ଏକ ଗାଁରେ ବଢ଼ିଥିଲେ ଯେଉଁଠି ଝିଅଙ୍କ ପଢ଼ା ପାଇଁ ଥିଲା ଅନେକ କଟକଣା । ଏଠିକା ଲୋକେ ଋଢ଼ିବାଦୀ ଚିନ୍ତା ଧାରାକୁ ନେଇ ଚାଲୁଥିବାବେଳେ ସେଠି ପାଠ ପଢ଼ି ନିଜର ଅସ୍ତିତ୍ବ ସାବ୍ୟସ୍ତ କରିବା ଅଗ୍ନି ପରୀକ୍ଷାଠାରୁ କିଛି କମ୍  ନୁହେଁ । ପାଟଣା ଜିଲ୍ଲାର ଫୁଲୱାରୀ ଶରୀଫ୍ କୁରକୁରୀ ଗାଁ, ଯେଉଁ ଝିଅଙ୍କ ଅଧିକ ପଢ଼ାକୁ ଜରୁରୀ ଭାବୁନଥିଲେ ଗାଁ ଲୋକେ । କିନ୍ତୁ ପ୍ରିୟାଙ୍କ ଜେଜେ ଏ ଚିନ୍ତାଧାରର ଘୋର ବିରୋଧୀ ଥିଲେ । ସମସ୍ତେ ଗୋଟେ ପଟେ ପ୍ରିୟାଙ୍କ ଜେଜେ ଆଉ ଗୋଟେପଟେ । ପ୍ରିୟାଙ୍କ ପୂରା ପଢ଼ାର ଦାୟିତ୍ବ ଉଠାଇଲେ । ନାତୁଣୀକୁ ପଢ଼ାଇବାକୁ ପଟନା ପଠାଇଲେ, ଯେଉଁଠି ଭଡ଼ା ଘରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି କଲେ ପ୍ରିୟା ।

ଦିନେ ଯୁବ ସମାଜ ପାଇଁ ପ୍ରେରଣା ସାଜିଥିଲେ, ଏବେ ଲାଞ୍ଚ ନେଇ ଟ୍ରୋଲ ହେଉଛନ୍ତି IAS ବାବୁ

ପିଲାଟିବେଳୁ ମେଧାବୀ ଥିଲେ ପ୍ରିୟା । ରାଞ୍ଚି ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ହାସଲ ପରେ ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି ପାଇଲେ । ହେଲେ ମନରେ ଥିଲା କଲେକ୍ଟର ବନିବାର ସ୍ବପ୍ନ । ସେ ସ୍ବପ୍ନକୁ ପୂରଣ କରିବାକୁ ପ୍ରସ୍ତୁତି ଆରମ୍ଭ କଲେ । ଯଦିଓ ଏହା ଏତେ ସହଜ ନଥିଲା। କିନ୍ତୁ ଜେଜେଙ୍କର ଅଭୟବାଣୀ ତାଙ୍କୁ ସବୁବେଳ ତାଙ୍କୁ ସାହାସ ଦେଉଥିଲା । 

ଗୀତ ଗାଇବାକୁ IAS ଚାକିରୁ ଛାଡିଦେଲେ

ସ୍ବପ୍ନ ପୂରଣ କରିବାକୁ ପ୍ରିୟାଙ୍କ ଆଖିରୁ ଯେପରି ନିଦ ହଜିଗଲା। ମାତ୍ର ୨/ ୩ଘଣ୍ଟା ଶୋଇ ଅଧିକାଂଶ ସମୟ ବହି ସହ ବିତାଉଥିଲେ । ପ୍ରତିଦିନ ଛୋଟଛୋଟ ଟାର୍ଗେଟ ଧାର୍ଯ୍ୟ କରି ତାକୁ ପୂରଣ କରୁଥିଲେ । ତାଙ୍କର ପୂରା ବିଶ୍ବାସ ଥିଲା ଯେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ଏବଂ ପରିଶ୍ରମ ସଫଳତାର ବାଟ ଫିଟାଇବ ହିଁ ଫିଟାଇବ । ତାଙ୍କର ଏହି ବିଶ୍ବାସ ସତ ହେଲା । ୨୦୨୩ରେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ପ୍ରିୟା ସଫଳ ହୋଇ ସର୍ବ ଭାରତୀୟ ସ୍ତରରେ ୬୯ ରାଙ୍କ ପାଇଲେ ଏବଂ IAS  କ୍ୟାଡର ପାଇଲେ । ତାଙ୍କ ସଫଳତା ତାଙ୍କ ଗାଁ ଲୋକଙ୍କୁ କଡା ଜାବବ ଥିଲା । ଗାଁ ନୁହେଁ ପୂରା ବିହାର ପାଇଁ ପ୍ରେରଣା ଥିଲା । ସଫଳତା ପାଇବା ପରେ ଗଣମାଧ୍ୟମରେ ପ୍ରିୟା ସଫଳତାର ଶ୍ରେୟ ଦେଇଥିଲେ ଈଶ୍ବର ଓ ତାଙ୍କ ଜେଜେଙ୍କୁ । ସତରେ ସମାଜର ବିରୋଧରେ ଛିଡ଼ା ହୋଇ ଅଭୟ ବାଣୀ ଦେଇଥିବା ଜେଜେଙ୍କ ଆଶୀର୍ବାଦ ତାଙ୍କୁ ଯେମିତି IAS  କରିଦେଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe