କନକ ବ୍ୟୁରୋ : ୨୦୧୯ ବ୍ୟାଚର ଆଇଏଏସ୍ ନାଗାର୍ଜୁନା ବି ଗୌଡ଼ା , ନିଜର ଖାସ୍ ଅନ୍ଦାଜ୍ ଓ ସଫଳତାର କାହାଣୀକୁ ନେଇ ଯୁବ ଗୋଷ୍ଠୀଙ୍କ ପାଇଁ ଜଣେ ପ୍ରେରଣା ଭାବେ ଗଣା ହେଉଥିଲେ । ତାଙ୍କ ଷ୍ଟାଇଲ୍ ବି ଅନେକଙ୍କୁ ଆକୃଷ୍ଟ କରେ । କିନ୍ତୁ ଏକ ଲାଞ୍ଚ ମାମଲାରେ ତାଙ୍କ ନାଁ ଉଠୁଛିପଡ଼ୁଛି । ତାଙ୍କ ବିରୋଧରେ ଆରଟିଆଇ ଅକ୍ଟିଭିଷ୍ଟ ସଙ୍ଗିନ ଅଭିଯୋଗ ଆଣିବା ପରେ ଏବେ ଧୁମ୍ ଟ୍ରୋଲ ହେଉଛନ୍ତି ଆଇଏଏସ୍ ନାଗାର୍ଜୁନା ।
ଆରଟିଆଇ ଆକ୍ଟିଭିଷ୍ଟ ଆନନ୍ଦ ଜାଠଙ୍କ ଅଭିଯୋଗ ମୁତାବକ, ନାଗାର୍ଜୁନା ମଧ୍ୟପ୍ରଦେଶ ହାର୍ଦ୍ଦାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ ଏକ ସଡ଼କ ନିର୍ମାଣ କମ୍ପାନିକୁ ଲାଭାନ୍ବିତ କରିବାକୁ ସହଯୋଗ କରିଥିଲେ । ରାସ୍ତା କାମରେ ଅନିୟମିତତା ନେଇ କମ୍ପାନି ଉପରେ ୫୧ କୋଟିର ଜରିମାନା ହୋଇଥିବାବେଳେ ନାଗାର୍ଜୁନ ଏଥିରେ ହସ୍ତକ୍ଷେପ କରି ଏହାକୁ ମାତ୍ର ୪ ହଜାର ଟଙ୍କାର ଜରିମାନ କରିଥିଲେ । ଏବଂ ଏ ମାମଲା ଏତିକିରେ ସରୁନି । କମ୍ପାନି ଉପରୁ ଜରିମାନା କାଟ୍ କରିବାକୁ ନିଜେ ୧୦ କୋଟିର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି ।
ଆଇଏଏସ୍ ନାଗାର୍ଜୁନା ବି ଗୌଡ଼ା ଚର୍ଚ୍ଚିତ ଆଇଏଏସ୍ ସୃଷ୍ଟି ଦେଶମୁଖଙ୍କ ସ୍ବାମୀ । ଏବେ ଦୁହେଁ ଖଣ୍ଡୱା ଜିଲ୍ଲାରେ କାର୍ଯ୍ୟରତ । ମାଟିରୁ ଉଠି ଆକାଶରେ ଉଡ଼ିବା ଭଳି ବହୁ କଷ୍ଟରେ ପାଠ ପଢ଼ି ଡାକ୍ତର ହେବା ପରେ ପରେ ଚାକିରି ଛାଡ଼ିଦେଇଥିଲେ ଆଉ ୟୁପିଏଏସସିରେ ନିଜ ଭାଗ୍ୟ ବାଜି ଲଗାଇଥିଲେ । ଏ ବାଜିରେ ବିଜୟୀ ବି ହେଲେ ନାଗାର୍ଜୁନ । ତାଙ୍କରଏହି କାହାଣୀ ଅନେକଙ୍କ ପ୍ରେରଣା ଦେଇଛି । ହେଲେ ଏବେ ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗକୁ କେହି ସଜଜେ ଗ୍ରହଣ କରିପାରୁନାହାନ୍ତି । ଏ ଅଭିଯୋଗ ବିରୋଧରେ ନାଗାର୍ଜୁନ ନିଜ ପକ୍ଷ ରଖି କହିଛନ୍ତି, ’ମୁଁ କିଛି ଭୁଲ କରିନି । ଜରିମାନା କମାଇବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ଦସ୍ତାବିଜ୍ ଓ ଆଇନଗତ ଧାରା ଉପରେ ଆଧାରିତ । ହାରଦାରେ ପୂର୍ବ ଏଡିଏମ୍ ଜରିମାନା ଲଗାଇଥିଲେ । ବରଂ କେବଳ ଗୋଟେ ଜରିମାନା ନୋଟିସ୍ କରିଥିଲେ । କମ୍ପାନି ଉପରେ କୋର୍ଟ କରିଥିବା ଣୁଣାଣି ମୁଁ ଦାୟିତ୍ବ ନେବା ଆଗରୁ ହୋଇସାରିଥିଲା । ତହସିଲଦାରଙ୍କ ନୋଟିସ ମୁଁ ଯାଞ୍ଚ କରିଛି , ଏଥିରେ କିଛି ଖାସ୍ ତଥ୍ୟ ନଥିଲା । କମ୍ପାନି ବିରୋଧରେ କିଛି ଠୋସ୍ ପ୍ରମାଣ ବି ନଥିଲା’ ।
ନାଗାର୍ଜୁନା ବି ଗୌଡ଼ା ୧୯୯୨ ମେ ୯ ତାରିଖରେ କର୍ଣ୍ଣାଟକ ମଣ୍ଡ୍ୟା ଜିଲ୍ଲାର ଏକ ଛୋଟ ଗାଁରେ ହୋଇଥିଲା । ନାଗାର୍ଜୁନାଙ୍କ ପିଲାବେଳ ଅଭାବରେ କଟିଛି । ବାପା ଜଣେ ଚାଷୀ । ଆର୍ଥିକ ସ୍ଥିତ ଯୋଗୁଁ ପିଲାବେଳେ ଅନେକ ଥର ପାଠ ଛାଡ଼ିବା ଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି ନାଗାର୍ଜୁନା ତଥାପି ପଢ଼ା ଛାଡ଼ିନାହାନ୍ତି । ନିଜର ପରିଶ୍ରମ ଓ ଆତ୍ମବିଶ୍ବାସ ତାଙ୍କ ଜୀବନରେ ରଙ୍ଗ ଭରିଥିଲା । ତାଙ୍କ ଜୀବନରେ ଆଉ ଏକ ମୋଡ଼ ଆସିଥିଲା ଯେବେ ଡେରାଡୁନ୍ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମିରେ ଟ୍ରେନିଂ ସମୟରେ ଆଇଏଏସ୍ ସୃଷ୍ଟି ଦେଶମୁଖଙ୍କ ସହ ଦେଖାହେଲା। ଦୁହିଁଙ୍କ ଭିତରେ କଥାବାର୍ତ୍ତା ବନ୍ଧୁତାରେ ବଦଳିଲା। ଆଉ ଏ ବନ୍ଧୁତା କ୍ରମେ ପ୍ରେମର ରୂପ ନେଲା। ଦୁହେଁ ୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହେଲେ । ଏବେ ଦୁହେଁ ଗୋଟିଏ ଜିଲ୍ଲାରେ କାର୍ଯ୍ୟରତ । କିନ୍ତୁ ନାଗାର୍ଜୁନଙ୍କ ବିରୋଧରେ ଏବେ କୋଟି କୋଟ ଟଙ୍କା ଲାଞ୍ଚ ତାଙ୍କୁ ହରଡ଼ଘଣାରେ ପକାଇଛି ।