School Student Photograph: (KanakNews)
କନକ ବ୍ୟୁରୋ: ପ୍ରଧାନ ଶିକ୍ଷକ ଓ ସିଆର୍ସିସିଙ୍କୁ ଶ୍ରେଣୀଗୃହରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବ ପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି ।
ଅଧିକ ପଢନ୍ତୁ: ମାଧ୍ୟମିକ ଶିକ୍ଷା ପରିଷଦକୁ ପୂରିଲା ୭୦ ବର୍ଷ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଥିବା ବୋର୍ଡର ଭବିଷ୍ୟତ କିନ୍ତୁ ଅନ୍ଧାର
ଯାହାକୁ ନେଇ ଗତକାଲି ଠୁ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ସ୍କୁଲ ପୋଷାକ ଫେରାଇ ଦେବା ସହ ମଧ୍ୟାହ୍ନ ଭୋଜନ ଗ୍ରହଣ ନକରି ଉପାସ ରହି ଶ୍ରେଣୀଗୃହ ବାହାରେ ପ୍ରତିବାଦ କରିଥିଲେ । ତେବେ ଏଯାଏ କୌଣସି ସମାଧାନର ବାଟ ବାହାରିପାରିନଥିବାରୁ ଆନ୍ଦୋଳନ ଆହୁରି ତୀବ୍ର ହେଉଛି । ପ୍ରଧାନ ଶିକ୍ଷକ ଓ ସିଆର୍ସିସିଙ୍କୁ ଶ୍ରେଣୀଗୃହରେ ପୁରାଇ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ।
Follow Us