କନକ ବ୍ୟୁରୋ :  ମାଧ୍ୟମିକ ଶିକ୍ଷା ପରିଷଦକୁ ପୂରଛି ୭୦ବର୍ଷ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଏହି ବୋର୍ଡର ଭବିଷ୍ୟତ କିନ୍ତୁ ଏବେ ଅନ୍ଧାରରେ । ପରୀକ୍ଷା ପରିଚାଳନା ଠାରୁ ଆରମ୍ଭ କରି ନିୟମିତ କାର୍ଯ୍ୟାଳୟ  ଚଳାଇବା ପାଇଁ ବି ନାହାନ୍ତି ଆବଶ୍ୟକ କର୍ମଚାରୀ ।

Advertisment

ଅଧିକ ପଢ଼ନ୍ତୁ : ଭୁଲ୍ ମାନିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲେ କର୍ତୃପକ୍ଷ । ଉତ୍ତର ଦେଇଥିଲେ ମିଳିବ ଗ୍ରେସ୍ ମାର୍କ

ଓଟିଇଟି ହେଉ କି ଓଏସଟିଇଟି ଅବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଅନେକ ସମୟରେ ସାମ୍ନାକୁ ଆସୁଛି ତ୍ରୁଟି ବିଚ୍ୟୁତି । ଯାହାକୁ ନେଇ ବୋର୍ଡର ସ୍ବଚ୍ଛତାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ । ଆଶ୍ଚର୍ଯ୍ୟର  କଥା ଯେଉଁ ବୋର୍ଡ ପିଲାଙ୍କ ଭବିଷ୍ୟତ ଗଢ଼ିଛି,ସେଇ ବୋର୍ଡର ନିଜର ଭବିଷ୍ୟତ ଏବେ ଅନ୍ଧାରରେ । ୫୪୯ ପଦରେ ଅବେ ଅଛନ୍ତି ମାତ୍ର ୮୩ କର୍ମଚାରୀ। ଯାହାକୁ ନେଇ ପରୀକ୍ଷା ପରିଚାଳନାରେ ଅନେକ ସମସ୍ୟା ଉପୁଜିଛି । ବର୍ଷ ବର୍ଷ ଧରି ବହୁ ପଦ ଖାଲି ରହିଥିଲେ ବି ତାହା ପୂରଣ ହୋଇପାରିନାହିଁ ।

ଅଧିକ ପଢ଼ନ୍ତୁ : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା । କଡ଼ା ନିଷ୍ପତି ନେଲା ମାଧ୍ୟମିକ ଶିକ୍ଷା ପରିଷଦ, ଆପତି ଉଠାଇଲେ ପ୍ରଧାନଶିକ୍ଷକ ଓ ଶିକ୍ଷାବିତ୍

ଓଡ଼ିଶା ଶିକ୍ଷା ଆଇନ ୧୯୫୩ ଅନୁଯାୟୀ ୧୯୫୫ ମସିହାରେ ପ୍ରତିଷ୍ଠା ହୋଇଥିଲା ମାଧମିକ ଶିକ୍ଷା ପରିଷଦ। ଏହା ଏକ ସ୍ବୟଂଚାଳିତ ସଂସ୍ଥା ହୋଇଥିବାରୁ ନିଯୁକ୍ତି ପ୍ରକ୍ରିୟା ବୋର୍ଡ କର୍ତ୍ତୃପକ୍ଷ କରିବାର ବ୍ୟବସ୍ଥା ରହିଛି । ମାତ୍ର ଗତ ୧୦ରୁ ୧୨ ବର୍ଷ ଧରି ଲାଗି ରହିଛି କର୍ମଚାରୀ ଅଭାବ । ଫଳରେ ଜଣେ ଜଣେ କର୍ମଚାରୀ ସମ୍ଭାଳୁଛନ୍ତି ଏକାଧିକ ଦାୟିତ୍ବ । କିଛି ମାସ ପୂର୍ବେ ମାତ୍ର ୧୪ ଜଣ ନୂତନ ଭାବେ ନିଯୁକ୍ତି ପାଇଥିଲେ ବି ତାହା ଅଭାବ ପୂରଣ କରିପାରୁନି । ମାତ୍ର ୧୫ ପ୍ରତିଶତ କର୍ମଚାରୀରେ ଚାଲିଛି କାର୍ୟ୍ୟ ବୋର୍ଡ କାର୍ଯ୍ୟ । କେବେ କର୍ମଚାରୀ ଅଭାବ ପୂରଣ ହେବ ତାହା ଦେଖିବାର କଥା।