କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର । ଅଭିଯୋଗ ଅନୁଯାୟୀ, ଡ୍ରଗ୍ସ ନେବାକୁ ମନା କରିବାରୁ ଏବଂ ଜୋର ଜବରଦସ୍ତ ଟଙ୍କା ଦାବି କରି ସିନିୟର ଛାତ୍ରମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ।
ଘଟଣାଟି ଗତ ୨୪ ତାରିଖରେ ଘଟିଥିଲା । ପୀଡିତ ଛାତ୍ର କ୍ଲାସ୍ରେ ଥିବାବେଳେ ଜଣେ ସହପାଠୀ ଓ ଅନ୍ୟ ସିନିୟର ଛାତ୍ରମାନେ ମିଶି ତାଙ୍କୁ ଦ୍ୱିତୀୟ ମହଲାରେ ଥିବା ଶୌଚାଳୟକୁ ନେଇ ଯାଇଥିଲେ । ସେଠାରେ ଦୀର୍ଘ ୨ ଘଣ୍ଟା ଧରି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଥିଲା । ଛାତ୍ରଙ୍କୁ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଶେଷରେ ହାଉସ କିପିଂ ଷ୍ଟାଫ୍ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତମାନେ ତାଙ୍କୁ ଛାଡ଼ିଥିଲେ ।
ଅଦିକ ପଢ଼ନ୍ତୁ--ଭକ୍ତଙ୍କ ବିରୋଧରେ ସୋନିଆ ଗାନ୍ଧୀଙ୍କୁ ମୋକିମ୍ଙ୍କ ଚିଠି
ପୀଡ଼ିତ ଛାତ୍ରଙ୍କ କହିବା ମୁତାବକ, ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ଆତ୍ମହତ୍ୟା କରିବାକୁ ଚାପ ପକାଯାଉଛି । ତେବେ ଦୁର୍ଭାଗ୍ୟଜନକ ବିଷୟ ହେଉଛି, କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ ବରଂ ଘଟଣାକୁ ପିଲାଖେଳ କହି ଚପାଇ ଦେବାକୁ ଚେଷ୍ଟା କରିଥିଲେ ଏବଂ ଆପୋଷ ବୁଝାମଣା କରିନେବାକୁ ପରାମର୍ଶ ଦେଇଥିଲେ । କର୍ତ୍ତୃପକ୍ଷଙ୍କ ନୀରବତା ପରେ ବାଧ୍ୟ ହୋଇ ଛାତ୍ର ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/10/raging-2025-12-10-16-40-54.jpg)