କନକ ବ୍ୟୁରୋ : ପୁଣି କଂଗ୍ରେସର ବାହାରିଲା ପୁରୁଣା ରୋଗ । ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି କହିଛନ୍ତି ମୋକିମ ।
ନିଜ ସଂସଦୀୟ କ୍ଷେତ୍ର ନୂଆପଡ଼ା ଉପନିର୍ବାଚନରେ ଭକ୍ତଙ୍କ ନେତୃତ୍ବରେ ୮୩ ହଜାର ଭୋଟରେ କଂଗ୍ରେସ ପରାଜିତ ହୋଇଛି । ନିଜେ ଗତ ୩ଟି ନିର୍ବାଚନରେ ପରାଜିତ ହୋଇଛନ୍ତି । ପୁଅ ବିଶାଳ ଦାସ କୋଶଳ ରାଜ୍ୟ ପାଇଁ ଦାବି କରୁଛନ୍ତି । ଏଥିରେ ଭକ୍ତ ତାଙ୍କୁ ସହଯୋଗ କରୁଛନ୍ତି । କଂଗ୍ରେସ କର୍ମୀ ଏବେ ଦିଶାହୀନ ଓ ଦ୍ବନ୍ଦ୍ବରେ ରହିଛନ୍ତି । କର୍ମୀ ମାନେ ଦଳ ଠାରୁ ଭାବନାତ୍ମକ ଭାବେ ଦୂରାଉଛନ୍ତି । ବୁଥ୍ କର୍ମୀ, ବ୍ଲକ ସଭାପତି, ଜିଲ୍ଲାସ୍ତରୀୟ ନେତାଙ୍କୁ ଦଳରେ ଅଣଦେଖା କରାଯାଉଛି । ସଙ୍ଗଠନ ସୃଜନ ଅଭିଯାନ ଭଲ ଲକ୍ଷ୍ୟରେ ଆରମ୍ଭ ହୋଇଥିଲେ ମଧ୍ୟ ଦକ୍ଷତାକୁ ଧ୍ୟାନ ଦିଆଗଲା ନାହିଁ । ଭକ୍ତଙ୍କ ସମୟରେ କଂଗ୍ରେସ ବହୁଧା ଭାବେ ବିଭକ୍ତ ହେଲାଣି । କଂଗ୍ରେସର ବିଚାରଧାରା ଠାରୁ ଭକ୍ତଙ୍କ ବିଚାରଧାରା ଭିନ୍ନ । ଗତ ୩ ବର୍ଷ ହେଲାଣି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଉନି , ଏହା କର୍ମୀଙ୍କୁ ନିରୁତ୍ସାହିତ କରୁଛି ।
ଅଧିକ ପଢ଼ନ୍ତୁ--ଦିଲ୍ଲୀରେ ପ୍ରଦୂଷଣ କଟକଣା: ଅଳିଆ ପୋଡ଼ିଲେ ୫୦୦୦ ଜରିମାନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/10/bhakta-das-2025-12-10-16-29-39.jpg)