କନକ ବ୍ୟୁରୋ : ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । ବେନାମୀ ଅଭିଯୋଗ ନେଇ ତାତିଲେ ବିଦ୍ୟାର୍ଥୀ । ପରିସରରେ ଆଣ୍ଟି ରାଗିଂ ସେଲର ବୈଠକ ବସିଛି । ବେନାମୀ ରାଗିଙ୍ଗରେ ଛାତ୍ରଛାତ୍ରୀଙ୍କୁ ଜେରା କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ରାଗିଂ ନେଇ ଛାତ୍ର ଜଣଙ୍କ ନିଜ ନାମ ଗୋପନ ରଖି ଅର୍ଥାତ୍ ବେନାମୀ ଭାବେ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ଆଜି ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଛି ।
ଆଣ୍ଟି ରାଗିଂ ସେଲରେ ୫ ଜଣ ବିଦ୍ୟାର୍ଥୀଙ୍କ ନାମରେ ରାଗିଂ ଅଭିଯୋଗ ଆସିଛି । ଏହି ସୂଚୀରେ ହଷ୍ଟେଲ ନମ୍ୱର୍ ୨ ଓ ୩ ହଷ୍ଟେଲର ୫ ଜଣଙ୍କ ନାମରେ ଅଭିଯୋଗ କରିଥିବା ଚିଠି ଆସିଛି । ବାରମ୍ବାର ଏହି ପରି ଆସୁଥିବା ବେନାମୀ ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି କରିଚନ୍ତି ଛାତ୍ରଛାତ୍ରୀ ।ବାରମ୍ବାର ଏଭଳି ଅଭିଯୋଗ ଦ୍ଵାରା କଲେଜ୍ ଓ ଛାତ୍ର ଛାତ୍ରୀ ମାନେ ମାନସିକ ଆଘାତ ପାଉଛନ୍ତି ।
ତଦନ୍ତ ନାମରେ ଘଣ୍ଟା ଘଣ୍ଟା ଧରି ଠିଆ କରୁଥିବା ଅଭିଯୋଗ । ଏହି ପରି ଆସୁଥିବା ଭିତ୍ତିହୀନ ଅଭିଯୋଗ କାରଣରୁ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହ ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ବ୍ୟାଘାତ ଉପଯୁଥିବା ବେଳେ ମାନସିକ ଚାପରେ ରହୁଥିବା ଅନେକ ବିଦ୍ୟାର୍ଥି ଯୁକ୍ତି ବାଢ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/mkcg-ragging-2025-11-01-22-27-03.jpg)