ଜାତୀୟ ରାଜପଥରେ ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌ ; କେହି ଦେଉନାହାନ୍ତି ଗୁରୁତ୍ବ

ଦାଣ୍ଡମୁକୁନ୍ଦପୁରରୁ ମଙ୍ଗଳପୁର ରାସ୍ତା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ୍‌ ଅନବରତ ଜଳୁଛି । ଏହା ଦ୍ବାରା ଆବଶ୍ୟକ ନଥାଇ ବି ଅଯଥା ବିଜୁଳି ନଷ୍ଟ ହେବା ସହ ସରକାରଙ୍କ ଟଙ୍କାର ଅପବ୍ୟବହାର ହେଉଥିବା ଅଭିଯୋଗ ହେଉଛି ।

Street Light

Street Light Photograph: (Kanak News)

କନକ ବ୍ୟୁରୋ: ବିଜୁଳି ବଞ୍ଚାଇବା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଆରମ୍ଭ ହୋଇଛି ବିଜୁଳି ବଞ୍ଚାଅ ଅଭିଯାନ । ଅଯଥାରେ ବିଜୁଳି ନଷ୍ଟ ନ କରିବାକୁ ଅନେକ କ୍ଷେତ୍ରରେ ବିଜ୍ଞାପନ ଦେଇ ସାଧାରଣ ବିଜୁଳି ଉପଭୋକ୍ତାଙ୍କୁ ସଚେତନ ବି କରାଯାଉଛି । ହେଲେ ରାଜ୍ୟର ସବୁଠୁ ଜନଗହଳିପୂର୍ଣ୍ଣ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଦିନ ରାତି ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌ । ସ୍ଥାନୀୟ ଦାଣ୍ଡମୁକୁନ୍ଦପୁରରୁ ମଙ୍ଗଳପୁର ରାସ୍ତା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ୍‌ ଅନବରତ ଜଳୁଛି । ଏହା ଦ୍ବାରା ଆବଶ୍ୟକ ନଥାଇ ବି ଅଯଥା ବିଜୁଳି ନଷ୍ଟ ହେବା ସହ ସରକାରଙ୍କ ଟଙ୍କାର ଅପବ୍ୟବହାର ହେଉଥିବା ଅଭିଯୋଗ ହେଉଛି । 

ଜାତୀୟ ରାଜପଥ କଡ଼ରେ କୋଉଠି ଦିନରେ ଲାଇଟ୍‌ ଜଳୁଛି ତ ଆଉ କେଉଁଠି ଦରକାର ଥାଇ ବି ଲାଇଟ୍‌ ବନ୍ଦ । ସଞ୍ଜ ନଇଁଗଲେ ଏଠି ଲାଇଟ୍‌ ନଥିବାରୁ ଅସାମାଜିକ ତତ୍ତ୍ବଙ୍କ କାରବାର ବି ବଢ଼ୁଛି । ଫଳରେ ବାଟୋଇ ଯିବା ଆସିବା ବେଳେ ଅସୁରକ୍ଷିତ ମଣୁଛନ୍ତି । ଷ୍ଟ୍ରିଟ୍‌ ଲାଇଟ୍‌ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କର ଦାୟିତ୍ୱ ହୀନତା ପାଇଁ ସରକାରଙ୍କ ରାଜକୋଷରୁ ଅଯଥା ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ୁଛି କିନ୍ତୁ କେହି ମୁହଁ ଖୋଲୁନାହାନ୍ତି । ଆଖପାଖ ଗାଁର ଲୋକ ଲୋ-ଭୋଲଟେଜରେ ଯୁଝି ହେଉଛନ୍ତି । ଏସି, ଫ୍ରିଜ୍‌ କଥା ଦୂରେଥାଉ ଘରେ ସାଧାରଣ ଲାଇଟ୍‌ ଜଳୁନି କି ଫ୍ୟାନ୍‌ ବୁଲୁନି । କିନ୍ତୁ ସେଥିପ୍ରତି ବିଜୁଳି ବିଭାଗର ନିଘା ନାହିଁ । ଅଥଚ ରାସ୍ତାରେ ଅନବରତ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌ । ଅଯଥା ବିଦ୍ୟୁତ ଖର୍ଚ୍ଚ କରି ବିଜୁଳିର ଅପବ୍ୟବହାର କରୁଛି ଜାତୀୟ ରାଜପଥ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଅଧିକ ପଢ଼ନ୍ତୁ--ଛାଡ଼ପତ୍ରର ଛାତିଥରା କାହାଣୀ :ଚିକିତ୍ସା ଅବହେଳାରୁ ଆଖିବୁଜିଲା ପୁଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe