କନକବ୍ୟୁରୋ : ବିକଶିତ ଭାରତ, ବିକଶିତ ଓଡ଼ିଶାର ନାରା ଦେଉଛନ୍ତି ସରକାର । ହେଲେ ରାଜ୍ୟରେ ଏବେ ଏମିତି ଗାଁ ଅଛି, ଯେଉଁଛି ବିଜୁଳି ଆଲୁଅ ସାତ ସପନ । ଦିନେ କି ଦୁଇ ଦିନ ନୁହେଁ ଗାଁ ଗଢିଉଠିବା ଦିନରୁ ଲୋକେ ଅନ୍ଧାର ରାତିରେ ଦିନ କାଟୁଛନ୍ତି । ସନ୍ଧ୍ୟା ହେଲେ ଗାଁରେ ପଡ଼ିଯାଉଛି ତାଟି କବାଟ।  ଗଞ୍ଜାମ ଜିଲ୍ଲାର ଏପରି ଏକ ଉପାନ୍ତ ଗାଁରେ ପହଁଚି ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ । 

Advertisment

ଅଧିକ ପଢନ୍ତୁ.... ଉପକୂଳରୁ ଉପାନ୍ତ ଜାଲ ବିଛାଇଛନ୍ତି ସାଇବର ଠକ : ଟାର୍ଗେଟ୍‌ରେ ଥିଲେ ବଡ଼ବଡ଼ିଆ

ଅନ୍ଧାର ରାତି । ମହମବତୀ ଜାଳି ପାଠ ପଢୁଛନ୍ତି କୁନି କୁନି ପିଲା । ମହମବତୀ ଆଲୁଅରେ ରାତିର ଅନ୍ଧାର ,  ଭବିଷ୍ୟତର ଅନ୍ଧାର ହଟାଇବାକୁ ଉଦ୍ୟମ ।  ସେପଟେ ଶୀତୁଆ ରାତିରେ ନିଆଁ ଜାଳି ଘେରି ବସିଛନ୍ତି ଲୋକ । ଶୀତ ଦାଉରୁ ସିନା ରକ୍ଷା ମିଳୁଛି ହେଲେ କବଳିତ କରି ରଖୁଛି ଅନ୍ଧାର । ବିକଶିତ ଓଡ଼ିଶାର ସ୍ୱପ୍ନକୁ ଉପହାସ କରୁଛି ଗଞ୍ଜାମ ଜିଲ୍ଲା ଝାଡ଼ବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗାଁର  ଦୃଶ୍ୟ  ।  ଗାଁହେଲା ଦିନଠୁ ବିଜୁଳି କଣ ଜାଣି ନାହାନ୍ତି ଗ୍ରାମବାସୀ ।  ପ୍ରାୟ ୯ ବର୍ଷ ତଳେ ସରକାର ଯୋଗାଇଥିବା ସୋଲାର ପ୍ୟାନେଲ ସପ୍ତାହ ହେବ ଜଳିବା ପରେ ଅଚଳ ।  ବାରମ୍ୱାର ଅଭିଯୋଗ ସତ୍ୱେ କେହି ଶୁଣୁନାହାନ୍ତି । ବିଡମ୍ୱନା ଯେ ଗାଁଲୋକଙ୍କୁ କିରାସିନି ଟୋପାଏ ବି ମିଳୁନି । 

ଅଧିକ ପଢନ୍ତୁ  .... ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ; ଟିମ୍‌ ଇଣ୍ଡିଆ ପାଇଁ ଫିଟିଲା ବାଟ

ବିଜୁଳି ନଥିବାରୁ ବଣ ପାହାଡ଼ ଘେରା ଉପାନ୍ତ ଗାଁରେ ସନ୍ଧ୍ୟାରୁ ସରିଯାଏ ରୋଷେଇ । ଖାଇବାଠୁ ଆରମ୍ଭ କରି ସବୁ କିଛି ଏଠାରେ ଅନ୍ଧାରରେ ହୁଏ । ହିଂସ୍ର ଜନ୍ତୁଙ୍କ ଭୟରେ ସନ୍ଧ୍ୟା ନଇଁଲେ ଗାଁରେ ତାଟି କବାଟ ପଡିଯାଏ । ସରକାର ପରେ ସରକାର ବଦଳୁଛି ।   ବାବୁ ବଦଳି ନୂଆ ବାବୁ ଆସୁଛନ୍ତି । କିନ୍ତୁ  ସ୍ୱାଧିନତାର ୭୯ ବର୍ଷ ପରେ ବି ସୁବର୍ଣ୍ଣପୁର ଗାଁ ବିଜୁଳି ଆଲୁଅ ଦେଖିପାରୁ ନାହିଁ । 

ସହର ଲୋକ ଦିନେ ବିଜୁଳି ନଥିଲେ ବାଉଳି ହେଉଛନ୍ତି ।  କିନ୍ତୁ ସୁବର୍ଣ୍ଣପୁର ବାସିନ୍ଦା ପିଢି ପରେ ପିଢି ବିନା ବିଜୁଳିରେ କର୍ମକୁ ଆଦରି ପଡ଼ି ରହିଛନ୍ତି ।