କନକବ୍ୟୁରୋ : ବିବାହ ବିଚ୍ଛେଦର କରୁଣ କାହାଣୀ । ଚିକିତ୍ସା ନପାଇ ଚାଲିଗଲା ଏକମାତ୍ର ପୁଅର ଜୀବନ । ବାପା-ମା’ଙ୍କ ବିବାହ ବିଚ୍ଛେଦ ପରେ କିଛି ଦିନ ବାପା ଓ କିଛି ଦିନ ମା’ ପାଖରେ ରହୁଥିବା ୮ ବର୍ଷର ପୁଅ ଚିକିତ୍ସା ନପାଇ ଆଖିବୁଜିଛି । ୨୦୧୬ରେ କୋଲାବିରାର ପ୍ରେୟସୀ ବାଗଙ୍କୁ ବିବାହ କରିଥିଲେ ସମ୍ବଲପୁରର ବିକାଶ ଲୁହା । ୨୦୧୭ରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା ।
କିନ୍ତୁ ଏହା ପରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିଲା । ଉଭୟେ ବିବାହ ବିଚ୍ଛେଦ ପାଇଁ ସମ୍ବଲପୁର ଫ୍ୟାମିଲି କୋର୍ଟକୁ ଯାଇଥିଲେ । ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ଶିଶୁ କଲ୍ୟାଣ ସମିତିର ନିଷ୍ପତ୍ତି ଅନୁସାରେ, ପୁଅକୁ ନିଜ ପାଖରେ ଅହମଦାବାଦରେ ରଖିଥିଲେ ବିକାଶ ଲୁହା । ଏପରିକି ଶିଶୁଟି ଠିକ୍ ଭାବରେ କଥା କହିପାରୁନଥିବାରୁ ତାଙ୍କର ଚିକିତ୍ସା ବି ଚାଲିଥିଲା ।
ଅଧିକ ପଢନ୍ତୁ... ଖୋର୍ଦ୍ଧା ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ନାଁ କାଟିବାକୁ ପୁଲିସ୍ ଚାପ ପକାଉଥିବା ମାଆ ଆଣିଲେ ସାଂଘାତିକ ଅଭିଯୋଗ
କିନ୍ତୁ ଗତ ଫେବ୍ରୁୟାରୀ ମାସରେ ତାଙ୍କ ପୂର୍ବତନ ପତ୍ନୀ ଓ ତାଙ୍କ ବାପ ଘର ଲୋକେ ବିଭିନ୍ନ ବାହାନା ଦେଖାଇ ଶିଶୁକୁ ନିଜ ପାଖକୁ ନେଇ ଯାଇଥିଲେ । ଏବଂ ଏ ବାବଦରେ ବିକାଶଙ୍କ ଠାରୁ ଟଙ୍କା ମଧ୍ୟ ଆଣୁଥିଲେ । ମାତ୍ର ଶିଶୁଟିର ଉପଯୁକ୍ତ ଯତ୍ନ ନିଆଯାଉ ନଥିବା ଜାଣିବା ପରେ ବିକାଶ ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।
ଅଧିକ ପଢନ୍ତୁ... ବିଧାନସଭା ବାଚସ୍ପତି ପଦ କିଏ ନେବ? ବିଜେପି-ଜେଡିୟୁ ଭିତରେ ଟଣାଓଟରା
ଏହାରି ଭିତରେ ଗତକାଲି ବିକାଶ ଖବର ପାଇଲେ ଯେ ତାଙ୍କ ପୁଅର ଦେହାନ୍ତ ହୋଇଯାଇଛି । ଏହି ଘଟଣା ପରେ ସେ ତୁରନ୍ତ ଅହମ୍ମଦବାଦରୁ ଝାରସୁଗୁଡା ଫେରି ଆସିଥିଲେ । ଉପଯୁକ୍ତ ଯତ୍ନ ନିଆ ନଯିବା କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/24/death-2025-11-24-16-15-09.jpg)