କନକ ବ୍ୟୁରୋ: ବିଦେଶୀ ପକ୍ଷୀ ଗୋଡ଼ରେ ଲାଗିଛି ଅଜଣା ଟ୍ୟାଗ । ଋଷିକୂଲ୍ୟା ମୁହାଣରେ ବୁଲୁଥିବା ଅବସ୍ଥାରେ ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ଏହି ଚିତ୍ର । ସୁଦୁର ୟୁରୋପ ଓ ଉତ୍ତର ଆମେରିକାରୁ ଶୀତଦିନେ ବିଭିନ୍ନ ପ୍ରକାରର ପକ୍ଷୀ ଉଡ଼ିଆସନ୍ତି । କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ ପ୍ଲୋଭର ପ୍ରଜାତିର ବୋଲି ଜଣାପଡ଼ିଛି ।
ଅଧିକ ପଢନ୍ତୁ ; ପକ୍ଷୀଙ୍କ କଳରବରେ କମ୍ପୁଛି ପରିବେଶ : ଶୀତ ଆଗମନରୁ ଲାଗିଛି ରଙ୍ଗ ବେରଙ୍ଗ ବିଦେଶୀ ପକ୍ଷୀଙ୍କ ଭିଡ
ଏହାର ଗୋଡ଼ରେ ଲାଗିଥିବା ଟ୍ୟାଗ ସାଧାରଣତଃ ଏମାନଙ୍କର ଗତିବିଧି ଉପରେ ନଜର ରଖିବାପାଇଁ ବ୍ୟବହାର ରାଯାଇଥାଏ । ପ୍ରତିକୂଳ ପରିସ୍ଥିତିରେ ଏହି ପକ୍ଷୀଗୁଡ଼ିକ କେଉଁ ପ୍ରକାର ପରିସ୍ଥାନକୁ ନିଜ ବାସସ୍ଥଳୀ ରୂପେ ବ୍ୟବହାର କରିଥାନ୍ତି ଏହା ଉପରେ ଗବେଷଣା ମଧ୍ୟ କରାଯାଇଥାଏ ବୋଲି କହିଛନ୍ତି ପରିବେଶବିତ ରବିନ୍ଦ୍ର। ଗତବର୍ଷ ମଧ୍ୟ ସାଇବେରୀୟ ପ୍ଲୋଭର ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏବର୍ଷ ଦେଖାଯାଇଥିବା ପକ୍ଷୀଟି ଗ୍ରେଟର ପ୍ଲୋଭର ବୋଲି ଜଣାପଡ଼ିଛି । ଏହା ପକ୍ଷୀ ଗବେଷକ ମାନଙ୍କୁ ସେମାନଙ୍କ ଗବେଷଣାରେ ଅଧିକ ସହାୟକ ହେବ ବୋଲି କହିଛନ୍ତି ରବିନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/27/bird-2025-11-27-08-54-15.jpg)