କନକବ୍ୟୁରୋ : ଶୀତ ଆରମ୍ଭରୁ ଦେବୀ ନଦୀ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି । ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ ନଦୀ ସମୁଦ୍ର ଜୈବ ବିବିଧତାରେ ପରିପୁର୍ଣ୍ଣ ହୋଇଛି । ଶୀତରୁତୁ ଆସିଲେ ହଜାର ହଜାର କିଲୋମିଟର ଦୂରରୁ ବିଦେଶୀ ପକ୍ଷୀମାନେ ଧାଇଁ ଆସନ୍ତି ଏହି ଅଞ୍ଚଳକୁ । ଏ ଅଞ୍ଚଳରେ ମିଳୁଥିବା ପର୍ଯ୍ୟାପ୍ତ ଖାଦ୍ୟ ସହିତ ସୁରକ୍ଷିତ ହେନ୍ତାଳ ଜଙ୍ଗଲ ସେମାନଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ପାଲଟିଛି ।
ପକ୍ଷୀଙ୍କ ସମାଗମ ସହିତ ବୋଟିଂ ମଜା ନେବାକୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ ମାନେ । ଅସ୍ତରଙ୍ଗରେ ଥିବା ପୀର ଜାହାନିଆ ଏବଂ ଗଙ୍ଗାଦେବୀ ପୀଠ ପର୍ଯ୍ୟଟକ ମାନଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ।
ଅସ୍ତରଙ୍ଗ ଦେବୀମୁହାଣ ଠାରୁ ଶିଖର ଘାଟ ଯାଏଁ ପ୍ରାୟ ୨୫ କିଲୋମିଟର ଦେବୀନଦୀ ଅଞ୍ଚଳ ମଧ୍ୟରେ ହଜାର ହଜାର ବିଦେଶୀ ପକ୍ଷୀ ରହୁଛନ୍ତି । ନର୍ଦନ ପିନଟେଲ ,ସାଇବେରିଆନ ଡକରୁ ନେଇ ସି ଗଲ, ଫ୍ଲାମିଙ୍ଗୋସ , ସାଇବେରିଆନ କ୍ରେନ,ଗାଡୱାଲ ଓ କମନ ଟିଲ ଗଡ ହୁଇଟ ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କର ସମାଗମ ଦେଖିବାକୁ ମିଳିଛି ।
ଦେବୀ ନଦୀର ପଠାରେ ବିଭିନ୍ନ ରଙ୍ଗ ପ୍ରଜାତିର ପକ୍ଷୀଙ୍କ ଗହଳି ଥିବା ବେଳେ ଆକର୍ଷିତ ହୋଇ ଛୁଟିଆସୁଛନ୍ତି ପର୍ଯ୍ୟଟକମାନେ । ମୁହାଣରେ ପକ୍ଷୀଙ୍କ ଭିଡ଼ ଲାଗିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଲାଗିଛି । ଦୂରଦୂରରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ କିଛି ସମୟ ଏହି ସ୍ଥାନରେ ବିତାଇବାକୁ ବେଶ ପସନ୍ଦ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/19/uUb6Gpc1YqocQtj51t2s.jpg)