କନକ ବ୍ୟୁରୋ : ଅଭିଯୋଗ ଅନୁସାରେ ପୁଣେର ମୁନ୍ଦୱା ଅଞ୍ଚଳରେ ୪୦ ଏକରର ଜମି ଅଛି । ଯାହାର ଆନୁମାନିକ ମୂଲ୍ୟ ୧୮ଶହ କୋଟି ଟଙ୍କା । ମାତ୍ର ପାର୍ଥ ପାୱରଙ୍କ କମ୍ପାନି ଆମେଡିଆ ଏଣ୍ଟରପ୍ରାଇଜ ଏହାକୁ ମାତ୍ର ୩ ଶହ କୋଟି ଟଙ୍କାରେ କିଣିଛି । ଏହାର ରେଜିଷ୍ଟ୍ରେସନ ଦଲିଲରେ ଦିଗବିଜୟ ପାଟିଲଙ୍କ ନାଁ ରହିଛି । ଯିଏକି ଆମେଡିଆ ଏଣ୍ଟ୍ରରପ୍ରାଇଜରେ ପାର୍ଥଙ୍କ ପାର୍ଟନର ଅଛନ୍ତି । ଏହାଛଡା କମ୍ପାନିକୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି । ଫଳରେ ରେଜିଷ୍ଟ୍ରେସନ ଖର୍ଚ୍ଚ ମାତ୍ର ୫ଶହ ଟଙ୍କାରେ ସମ୍ଭବ ହୋଇପାରିଛି ।
ଛତୁ ଫୁଟିଲା ଭଳି ଖୋଲୁଛି ପ୍ଲେ ସ୍କୁଲ, ନାହିଁ ଅନୁମତି କି ଭିତ୍ତିଭୂମି, ବାଜିରେ ଲାଗିଛି ଶିଶୁଙ୍କ ସୁରକ୍ଷା
ଏନସିପି ଶରଦ ପାୱାର ଗୋଷ୍ଠୀର ସୁପ୍ରିୟା ସୁଲେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆଗକୁ ଘଟଣାକୁ ନେଇ ଯେପରି ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଠିକାର ତହସିଲାଦାରଙ୍କୁ ନିଲମ୍ବିତ କରିବା ସହିତ ଏଫଆଇଆର ଦାଖଲ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱରରେ ରୋଡ୍ କଂଗ୍ରେସ ସମ୍ମିଳନୀର ଉଦଘାଟନ କଲେ ନୀତିନ ଗଡ଼କରୀ, ଭେଟି ଦେଲେ ହଜାରେ କୋଟିର ପ୍ରକଳ୍ପ
କୌଣସି ସରକାରୀ ଜମିକୁ ବ୍ୟକ୍ତିଗତ ଫାର୍ମକୁ ବିକାଯାଇ ପାରିବନି ବୋଲି ନିୟମ ରହିଛି । ତଥାପି ରେଜିଷ୍ଟ୍ରେସନ କିପରି ହେଲା? ଏହି ବିକ୍ରି ମାମଲାରେ ରାଜ୍ୟ ସରକାର ୧୫ କୋଟିର ଷ୍ଟାମ୍ପ ଡ୍ୟୁଟି ଓ ୬ କୋଟି ଟିକସ ପାଇଥାନ୍ତେ । ମାତ୍ର ୫ ଶହ ଟଙ୍କାରେ ସମସ୍ତ ରେଜିଷ୍ଟ୍ରେସନରେ କାମ ସରିଲା କେମିତି? ଆଗକୁ ମହାରାଷ୍ଟ୍ର ପୌର ନିର୍ବାଚନ ହେବାକୁ ଯାଉଛି ।ଏହି ମାମଲାରେ ନିଜର କୌଣସି ଭୂମିକା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସଫେଇ ଦେଲେ ମଧ୍ୟ ଏହି ସ୍କାମ୍ ମହାୟୁତି ସରକାରଙ୍କୁ ଅଡୁଆରେ ପକାଇବା ଆଶଙ୍କା ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/ajit-2025-11-07-21-20-34.jpg)