କନକ ବ୍ୟୁରୋ : ଭୁବନେଶ୍ବରରେ ଭାରତୀୟ ରୋଡ କଂଗ୍ରେସ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ । ସାରାଦେଶ ପାଇଁ ଉନ୍ନତ ସଡ଼କର ନକ୍ସା ଅଙ୍କାଯିବା ଭିତରେ ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସଡ଼କ ନିର୍ମାଣ କ୍ଷେତ୍ରରେ ମୋଦୀ ସରକାର ଆଣିଥିବା ସଂସ୍କାର ବଖାଣିଛନ୍ତି ଗଡକରୀ । ସଡ଼କ ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ । ହେଲେ ବିଳମ୍ବିତ ନିଷ୍ପତ୍ତି ପାଇଁ କାମ ଆଗକୁ ବଢୁନି କହି ପ୍ରଶାସନକୁ ଆଙ୍ଗୁଳି ଦେଖାଇଛନ୍ତି । ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ କରିବାକୁ ୧୦୦୦ କୋଟି ଟଙ୍କାର ଭେଟି ଦେଇଛନ୍ତି । ହାଇଡ୍ରୋଜେନ୍ ଗାଡ଼ି ଗଡ଼ିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । କାରଣ ବର୍ଷକୁ ସଡ଼କ ନେଉଛି ୧ ଲକ୍ଷ ୮୦ ହଜାର ଜୀବନ ।
କୁହୁଡ଼ିର କଜଳ ପିନ୍ଧି ଅଳସ ଭାଙ୍ଗିଲା କୋରାପୁଟ...
କେନ୍ଦ୍ରମନ୍ତ୍ରୀଙ୍କ ୧୦୦୦ କୋଟିର ଆର୍ଥିକ ଅନୁଦାନ ଭିତରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ୨୦୨୯ ସୁଦ୍ଧା ଓଡ଼ିଶାରେ ହଜାରେ କିଲୋମିଟର ରାସ୍ତା ନିର୍ମାଣ କରିବେ ସରକାର । ଓଡ଼ିଶା ଏବେ ବନ୍ଦର, ରେଳ ଓ ସଡ଼କକୁ ଗୁରୁତ୍ବ ଦେଉଛି । ଯାହା ୨୦୩୬ ବିକଶିତ ଓଡ଼ିଶା ଓ ୨୦୪୭ ବିକଶିତ ଭାରତକୁ ବଳ ଦେବ ।
ସଡ଼କ ନିର୍ମାଣକୁ ଏବେ ଫୋକସରେ ରଖିଛି ଓଡ଼ିଶା। କାରଣ ଉନ୍ନତ ସଡ଼କ ଓଡ଼ିଶା ଅର୍ଥନୀତି ପାଇଁ ସାଜିବ ବୁଷ୍ଟରଡୋଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/gadakari-2025-11-07-20-06-35.jpg)