କନକ ବ୍ୟୁରୋ : ସୋମବାରରୁ ନେଇ ଶୁକ୍ରବାର ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ସେୟାର ବଜାର ପାଇଁ ଖରାପ ଦିନ ଥିଲା । ଗତ ୫ ଦିନ ମଧ୍ୟରେ ସେନସେକ୍ସ ପାଖାପାଖି ୨୨ ଶହ ପଏଣ୍ଟ ତଳକୁ ଖସିଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ ୬୦୪ ପଏଣ୍ଟ ତଳକୁ ସି ୮୩୫୭୬ ଓ ନିଫ୍ଟ ୧୯୩ ପଏଣ୍ଟ ତଳକୁ ଖସି ୨୫୬୮୩ ରେ ପହଂଚିଛି । ନିଫ୍ଟି ବ୍ୟାଙ୍କ ବି ୪୩୫ ପଏଣ୍ଟ ତଳକୁ ଖସିଛି । 

Advertisment

ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କ ୫୦୦ ପ୍ରତିଶତ ଟାରଫ୍ ଧମକ, ଭାରତୀୟ ସେୟାର ବଜାର ଉପରେ ପଡ଼ିଲା ବଡ଼ ପ୍ରଭାବ, ତଳମୁହାଁ ହେଲା ଷ୍ଟକ୍ ମାର୍କେଟ୍

ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଟପ୍ ୩୦ ସେୟାର ମଧ୍ୟରୁ ୨୧ ସେୟାରର ମୂଲ୍ୟ ଖସିଛି । ଗତ ୫ ଦିନର କାରବାର ଭିତରେ ସେନସେକ୍ସ ୨୧୮୬ ପଏଣ୍ଟ ତଳକୁ ଖସିଛି । ସେହିଭଳି ଏନଏସଇ ନିଫ୍ଟି ୨.୫ ପ୍ରତିଶତ ତଳକୁ ଖସିଛି । ଏହି କାରଣରୁ ଗତ ୫ ଟି କାରବାର ଦିନରେ ବିଏସଇ ମାର୍କେଟ୍ କ୍ୟାପରେ ନିବେଶକଙ୍କ ୧୩ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଥିବା ଆକଳନ କରାଯାଇଛି । 

ସେୟାର ବଜାର ଏଭଳି ଭାବେ ତଳମୁହାଁ ହେବା ପଛରେ ବିଏସଇ ମିଡ୍ କ୍ୟାପ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସ କାରଣ ବୋଲି କୁହାଯାଇଛି । ଏଠାରେ କହିରଖୁ କି ଷ୍ଟକ୍ ମାର୍କେଟରେ ସେୟାର କିଣିବା ଲୋକଙ୍କ ଠାରୁ ବିକିବା ଲୋକଙ୍କ ସଂଖ୍ୟା ବଢ଼ିଛି । ଏହାର କାରଣ ଭାବେ ଋଷରୁ ତେଲ କିଣୁଥିବା ଦେଶଙ୍କ ବିରୋଧରେ ଆମେରିକାର କଠୋର ପଦକ୍ଷେପକୁ ଦର୍ଶା ଯାଇଛି । 

ଅଧିକ ପଢ଼ନ୍ତୁ : ପିଲା ପଢିବେ ସେୟାର ବଜାର ପାଠ ; ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଦିଆଯିବ ଟ୍ରେନିଙ୍ଗ

ବିଏସଇ ମାର୍କେଟ୍ କ୍ୟାପ୍ ଆଧାରରେ କରାଯାଇଥିବା ଆକଳନ ମୁତାବକ ଗତ ସପ୍ତାହରେ ନିବେଶକଙ୍କ ସମ୍ପତ୍ତି ୪୭୨.୨୫ ଲକ୍ଷ କୋଟିରୁ ଖସି ୪୬୭.୮୭ ଲକ୍ଷ କୋଟିରେ ପହଂଚିଛି । ଯେଉଁଥିଲେ ୪.୩୮ ଲକ୍ଷ କୋଟି କ୍ଷତି ହୋଇଛି । ଗତ ୫ ଦିନ ମଧ୍ୟରେ ଏହି କ୍ଷତିର ପରିମାଣ ୧୩.୩୭ ଲକ୍ଷ କୋଟି ଟଙ୍କା ରହିଛି । 

ଆମେରିକାର ସିନେଟର ଲିଣ୍ଡସେ ଗ୍ରାହମ କହିଛନ୍ତି କି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧ ପରେ ବି ଋଷରୁ ତେଲ କିଣା ଜାରି ରଖିଥିବା ଭାରତ, ଚୀନ ଓ ବ୍ରାଜିଲ ଭଳି ଦେଶ ଉପରେ ଆମେରିକା ଟାରିଫ୍ ବୃଦ୍ଧି କରିପାରେ । ଯାହା କି ୫୦୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । 

ବିଦେଶୀ ନିବେଶକମାନେ ଏହା ଫଳରେ ଭାରତୀୟ ସେୟାର ବଜାରରୁ ସେୟାର ବିକ୍ରି କରିବାରେ ଲାଗିଛନ୍ତି । କେବଳ ଜାନୁଆରୀ ୮ ତାରିଖରେ ବିଦେଶୀ ନିବେଶକମାନେ ୩,୩୬୭,୧୨ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି ।