କନକ ବ୍ୟୁରୋ : ଭାରତୀୟ ସେୟାର ବଜାରରେ ହାହାକାର ପଡ଼ିଛି । ଲଗାତର ଚତୁର୍ଥ ଦିନରେ ବି ବଜାର ତଳମୁହାଁ ଗତି କରିଛି । ନିବେଶକଙ୍କ ଚିନ୍ତା ବଢ଼ିବାରେ ଲାଗିଛି କି, କାହିଁକି ସେୟାର ବଜାର ତଳକୁ ଖସୁଛି । ଗୁରୁବାର ଦିନ ବି ତଳକୁ ଖସି ସେୟାର ବଜାର ବନ୍ଦ ହୋଇଛି । ଗୁରୁବାର ସକାଳେ ସେୟାର ବଜାର ଖୋଲିବା ପୂର୍ବରୁ ୨୦୦ ଅଙ୍କ ତଳକୁ ଖସିଥିଲା । ଧିରେ ଧିରେ ସେୟାର ବଜାରରେ ସେୟାର ବିକ୍ରି କରିବା ସଂଖ୍ୟା ବୃଦ୍ଧି ପାଇଥିଲା । ୩.୧୫ ମିନିଟ ବେଳକୁ ସେନସେକ୍ସ ପାଖାପାଖି ୭୫୦ ପିଏଣ୍ଟ ଖସି ୮୪,୨୦୦ ରେ ପହଂଚିଯାଇଥିଲା । ସେତେବେଳେ ନିଫ୍ଟି ୨୬୦ ଅଙ୍କରୁ ଅଧିକ ତଳକୁ ଖସି ୨୫୯୦୦ ତଳକୁ ଖସିଆସିଥିଲା । 

Advertisment

ଅଧିକ ପଢ଼ନ୍ତୁ : ପିଲା ପଢିବେ ସେୟାର ବଜାର ପାଠ ; ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଦିଆଯିବ ଟ୍ରେନିଙ୍ଗ

ତୈଳ ଓ ଧାତୁ କମ୍ପାନିର ସେୟାର ସବୁଠାରୁ ଚାପରେ ରହିଛି । ହିଣ୍ଡାଲକୋର ସେୟାର ୩.୭୭ ପ୍ରତିଶତ ଖସିଛି, ସେହିଭଳି ଓଏନଜିସିର ସେୟାର ୩.୧୨ ପ୍ରତିଶତ ଓ ଜିଓ ଫାଇନାନ୍ସର ସେୟାର ୩ ପ୍ରତିଶତ ତଳକୁ ଖସିଛି । ଭାରତ ହେଉଛି ଋଷ ତେଲର ଏକ ବଡ଼ ଗ୍ରାହକ । କ୍ରୁଡ ଆମଦାନୀ ୩୦ ପ୍ରତିଶତରୁ ଅଧିକ ରହିଛି । ଏହାରି ଭିତରେ ଆମେରିକା ସରକାର ଏକ ନୂଆ ବିଲ୍ ସାନସିଓନିଂ ଋଷିଆ ଆକ୍ଟ ଅଫ୍ ୨୦୨୫ ଉପସ୍ଥାପନ କରିଛି । ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଚାଲ୍ ଖେଳିଛନ୍ତି । ଏହି ବିଲର ଉର୍ଦ୍ଦେଶ୍ୟ ହେଉଛି ଋଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିଛି । 

ଏହି କ୍ରମରେ ଆମେରିକା ସରକାର ସେହିସବୁ ଦେଶ ଉପରେ ଅଧିକ ଟାରିଫ୍ ଲଗାଇବାକୁ ଯୋଜନା କରୁଛନ୍ତି, ଯେଉଁସବୁ ଦେଶ ଋଷରୁ ତେଲ, ଗ୍ୟାସ ଓ ଅନ୍ୟ ସାମଗ୍ରୀ କିଣୁଛି । ଏଭଳି ଖବର ବି ଆସୁଛି କି ଋଷ ସହ ବିଭିନ୍ନ ସାମଗ୍ରୀ କାରବାର କରୁଥିବା ଦେଶ ଉପରେ ଆମେରିକା ୫୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଯୋଜନା କରୁଛି । ଏଥିରେ ବିଶେଷ କରି ଭାରତ, ଚୀନ ଓ ବ୍ରାଜିଲ ଭଳି ଦେଶର ତାଲିକା ରହିଛି । 

ଅଧିକ ପଢ଼ନ୍ତୁ : ଚୀନ୍ ମୁହାଁ ବିଦେଶୀ ନିବେଶକ । ତଳକୁ ଖସୁଛି ଭାରତର ସେୟାର ବଜାର, ଉପରକୁ ଉଠୁଛି ଚୀନ୍

ଯଦି ଟ୍ରମ୍ପ ସରକାର ୫୦୦ ପ୍ରତିଶତ ଟାରିଫ୍ ଲାଗୁ କରନ୍ତି ତେବେ ଭାରତ ଆମେରିକାକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଭାରୀ ଟ୍ୟାକ୍ସ ଲାଗିବ । ଯାହାଫଳରେ ଭାରତରେ ଉତ୍ପାଦିତ ହେଉଥିବା ସାମଗ୍ରୀର ଦର ଆମେରିକାରେ ଅହେତୁକ ଭାବେ ବୃଦ୍ଧି ପାଇବ । ଭାରତୀୟ ବ୍ୟବସାୟୀମାନେ ଏହାର କ୍ଷତି ସହିବେ । ହେଲେ ଏପର୍ଯ୍ୟନ୍ତ ଭାରତ ସରକାର ଏହା ଉପରେ କୌଣସି ପ୍ରତିକ୍ରୀୟା ଦେଇନାହାଁନ୍ତି ।