Iran-US tensions Photograph: (GOOGLE)
କନକ ବ୍ୟୁରୋ: ଇରାନ ଓ ଆମେରିକା ମଧ୍ୟରେ ମାସ ମାସ ଧରି ଚାଲିଥିବା ଗତିରୋଧର ଅନ୍ତ ଘଟାଇବା ପାଇଁ ଏକ ବଡ଼ ସଫଳତା ଲାଗି ବାଟ ପରିଷ୍କାର ହୋଇଛି । ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ତୁର୍କୀର ଅଙ୍କାରାରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇପାରେ । ଏହି ବୈଠକ ମୁଖ୍ୟତଃ ମିଶର, କତାର ଓ ତୁର୍କୀ ଦ୍ୱାରା ଆରମ୍ଭ କରାଯାଇଛି । କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ, ଉଚ୍ଚପଦସ୍ଥ ଇରାନୀ ଅଧିକାରୀମାନେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫଙ୍କ ସହିତ ସାକ୍ଷାତ କରିବେ ଆଶା କରାଯାଉଛି । ବୈଠକ ପୂର୍ବରୁ ଏକ ବଡ଼ ପରିବର୍ତ୍ତନ ହୋଇଛି ।
ଅଧିକ ପଢନ୍ତୁ: ଯେସାକୁ ତେସା: ୟୁରୋପୀୟ ସଂଘ ସେନାକୁ ଆତଙ୍କବାଦୀ ଗୋଷ୍ଠୀ କହିଲା ଇରାନ
ଆମେରିକା ନିଜର ସର୍ତ୍ତାବଳୀ ହ୍ରାସ କରିଛି। ପୂର୍ବରୁ, ଆମେରିକା ଆଲୋଚନା ପାଇଁ ଚାରୋଟି ପ୍ରମୁଖ ସର୍ତ୍ତ ରଖିଥିଲା। ସେଥିରେ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ, ମାନବାଧିକାର ଉଲ୍ଲଂଘନ ହେବ ନାହିଁ, ୟୁରାନିୟମ୍ ସମୃଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ପଡିବ ଓ ଦୂରଗାମୀ କ୍ଷେପଣାସ୍ତ୍ର ଉତ୍ପାଦନ ବନ୍ଦ କରାଯିବା ଜରୁରୀ ଆଦି ଅନ୍ତର୍ଭୁକ୍ତ ଥିଲା । ତେବେ ଇରାନର କଠୋର ଆଭିମୁଖ୍ୟ ଓ ଆଲୋଚନା କରିବାକୁ ମନା କରିବା ପରେ, ଆମେରିକା ଏବେ ଏହି ସର୍ତ୍ତଗୁଡ଼ିକ ମଧ୍ୟରୁ କେବଳ ଦୁଇଟିରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି ।
ପଛକୁ ହଟିଲା ଆମେରିକା
ଅଙ୍କାରାରେ ଶାନ୍ତି ଆଲୋଚନା
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ତାଙ୍କର ଏବେ କେବଳ ଦୁଇଟି ପ୍ରାଥମିକ ସର୍ତ୍ତ ଅଛି
ପ୍ରଥମତଃ, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ ଏବଂ ଦ୍ୱିତୀୟତଃ ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ।
ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଅଗ୍ରସର ହେଉନାହାନ୍ତି
କିନ୍ତୁ ଆମେରିକା ଦ୍ୱାରା ଲଗାଯାଇଥିବା ଅନ୍ୟ କୌଣସି ସର୍ତ୍ତକୁ ସେମାନେ ଗ୍ରହଣ କରିବେ ନାହିଁ
ବ୍ୟବସାୟିକ ସଙ୍କଟ ଓ ସହଯୋଗୀଙ୍କ ଫଛଘୁଞ୍ଚା
ଆମେରିକା ପଛକୁ ହଟିବାର ଏକ ପ୍ରମୁଖ କାରଣ ହେଉଛି ଆର୍ଥିକ ଓ ରଣନୈତିକ ଚାପ।
ଯଦି ଇରାନ ସହିତ ଯୁଦ୍ଧ ହୁଏ, ତେବେ ହର୍ମୁଜ୍ ପ୍ରଣାଳୀ ଓ ଲୋହିତ ସାଗର ବାଣିଜ୍ୟ ପଥ ବନ୍ଦ ହୋଇଯିବ
ୟୁଏଇ, ତୁର୍କୀ ଓ ସାଉଦି ଆରବ ଭଳି ଆମେରିକାର ଘନିଷ୍ଠ ସହଯୋଗୀ ଆମେରିକାକୁ ସାମରିକ ଘାଟି ଯୋଗାଇବାକୁ ମନା କରିଥିଲେ
Follow Us