କନକ ବ୍ୟୁରୋ : ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ପରେ ଇରାନ ୟୁରୋପୀୟ ସେନା ଉପରେ ମଧଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରିଛି । ଇରାନ ୟୁରୋପୀୟ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି । ଇରାନର ଅର୍ଦ୍ଧସାମରିକ ରିଭଲ୍ୟୁସନରୀ ଗାର୍ଡ ଦେଶରେ ସାଧାରଣ ଲୋକଙ୍କ ପ୍ରତିବାଦ ସମୟରେ କଡ଼ ପଦକ୍ଷେପ ଗ୍ରହଣ କରିଥିଲା । ତେଣୁ ୟୁରୋପୀୟ ସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲା । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ କହିଛନ୍ତି, ତେହେରାନ ଏବେ ସମସ୍ତ ୟୁରୋପୀୟ ସଂଘର ସାମରିକ ବାହିନୀକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖୁଛି ।
ଦେଶବ୍ୟାପୀ ସରକାର ବିରୋଧୀ ପ୍ରତିବାଦର ହିଂସାତ୍ମକ ଦମନ ପାଇଁ ଇରାନର ଅର୍ଦ୍ଧସାମରିକ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଇୟୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ ମହମ୍ମଦ ବାଘେର କାଲିବାଫଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ଇୟୁ ଏଭଳି ମନ୍ତବ୍ୟ ପ୍ରଦାନ କରି ନିଜ ପାଦରେ ଗୁଳି ଚଳାଇଛି ବୋଲି କାଲିବାଫ୍ କହିଛନ୍ତି । ଆମେରିକା କଥାରେ ପଡ଼ି ଇୟୁ ଏଭଳି କହିଥିବା ସେ ଅଭିଯୋଗ ଆଣିଛନ୍ତି । ପ୍ରତିକାର ଆଇନର ଧାରା ୭ ଅନୁଯାୟୀ, ୟୁରୋପୀୟ ଦେଶଗୁଡ଼ିକର ସେନାକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ବିବେଚନା କରାଯାଉଥିବା ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ--ଇତିହାସ ରଚିଲେ ନିର୍ମଳା ସୀତାରମଣ ; ଲଗାତାର ୯ଥର ଉପସ୍ଥାପନ କଲେ ବଜେଟ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/europe-2026-02-01-15-56-34.jpg)