କନକ ବ୍ୟୁରୋ : ୮ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଆରମ୍ଭ ହୋଇଥିଲା। ନବମ ଓ ଦଶମ ପିଲାଙ୍କୁ ପ୍ରଥମଥର ପାଇଁ ମଧ୍ୟାହ୍ନ ଭୋଜନ ଦେଇଥିଲେ ସରକାର । ହେଲେ ଏବେ ବାକି ସଉଦାରେ ଚାଲିଛି ଯୋଜନା । ଆଗକୁ ଅନୁଦାନ ନଆସିଲେ ଯୋଜନାର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ। କେବଳ ଏତିକି ନୁହେଁ, ପ୍ରଭାବିତ ହେବେ ରାଜ୍ୟର ୧୦ ଲକ୍ଷ ୮୧ ହଜାର ୩୮୧ ଛାତ୍ରଛାତ୍ରୀ ।
ଅଧିକ ପଢ଼ନ୍ତୁ :ପ୍ରଶାସନକୁ ପିଲାଙ୍କ ଖାଦ୍ୟ ଚିନ୍ତା: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କଲେ ପ୍ରାଶାସନିକ ଅଧିକାରୀ
ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଯୋଡିଛନ୍ତି ସରକାର । ଏପ୍ରିଲ ପହିଲାରୁ ଏହାର ଶୁଭାରମ୍ଭ ହେଲା କିନ୍ତୁ କାର୍ଯ୍ୟକାରୀ ହେଉ ହେଉ ୨ ମାସ ବିତିଗଲା । ପ୍ରଥମଥର ପାଇଁ ଗୋଟିଏ ଛାତ ତଳେ ପ୍ରଥମରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିଲା ମଧ୍ୟାହ୍ନ ଭୋଜନ । ହେଲେ ଜୁଲାଇ ପରଠାରୁ ଅନୁଦାନ ମିଳିବା ବନ୍ଦ ହୋଇଗଲା । ଏହା ଭିତରେ ୫ ମାସ ବିତିଗଲାଣି। ହେଲେ ସୁନ୍ଦରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ବାବଦକୁ ଟଙ୍କାଟିଏ ମିଳିନି । ଧାରକରଜରେ କିଛି ଉଚ୍ଚ ବିଦ୍ୟାଳୟରେ ଚାଲିଛି ମଧ୍ୟାହ୍ନ ଭୋଜନ, ଜିଲ୍ଲାର ଅଧିକାଂଶ ସ୍କୁଲରେ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ।
ଅଧିକ ପଢ଼ନ୍ତୁ :ମହାକାଳପଡ଼ାରେ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଜାଲ୍ କରି ଚାଉଳ ଖାଇଗଲେ ଖେଳ ଶିକ୍ଷକ
ଅନୁଦାନ ନ ମିଳିବାରୁ ୮ ମାସ ତଳେ ଆରମ୍ଭ ହୋଇଥିବା ଯୋଜନାର ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ଅନୁଦାନ ନିୟମିତ ନ ମିଳିଲେ, ସୁନ୍ଦରଗଡ଼ର ୩୮୮ ଉଚ୍ଚ ବିଦ୍ୟାଳୟର ୪୭ ହଜାର ୯୮୫ ପିଲା ସିଧାସଳଖ ପ୍ରଭାବିତ ହେବେ । ସେହିଭଳି ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରାୟ ୧୦ ଲକ୍ଷ ୮୧ ହଜାର ୩୮୧ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେ। ଅନୁଦାନ ମିଳିବା ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ଆଶ୍ବସ୍ତ କରିଛନ୍ତି। ଅନ୍ୟପଟେ ବୁଦ୍ଧିଜୀବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଏବେ ପ୍ରହସନ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/midday-2025-12-04-20-57-51.jpg)