କନକ ବ୍ୟୁରୋ: ପ୍ରଶାସନକୁ ଘାରିଛି ପିଲାଙ୍କ ଚିନ୍ତା । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି କିଭଳି ଖାଦ୍ୟ । ଏକାଥରେ ଭିନ୍ନ ଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କରିଛନ୍ତି ଜିଲ୍ଲାପାଳ, ଏସ୍ପି, ଡିଏଫ୍ଓ, ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ । ଏଣିକି ପ୍ରତି ସୋମବାର ଏମ୍ଡିଏମ୍ ମାନ ଯାଞ୍ଚ କରିବେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ । ମାଲକାନଗିରି ଜିଲ୍ଲାରେ ମିଡ୍-ଡେ-ମିଲ୍ର ମାନ ସୁଧାରିବା ଲାଗି ପ୍ରଶାସନ ପକ୍ଷରୁ ଏପରି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ସୋମବାର ଅଭିଯୋଗ ଶୁଣାଣି ପରେ ସମ୍ପୃକ୍ତ ଅଞ୍ଚଳରେ ଅଚାନକ ଗସ୍ତ କରିବେ ସମସ୍ତ ଅଧିକାରୀ । ଗତକାଲି ପଦ୍ମଗିରି ଅଞ୍ଚଳରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପରେ ୧୮ଟି ବିଦ୍ୟାଳୟରେ ଅଚାନକ ପହଞ୍ଚି ଯାଇଥିଲେ ପ୍ରାଶାସନିକ ବାବୁ । ଏମ୍ଡିଏମ୍ ମାନ ଯାଞ୍ଚ କରିଛନ୍ତି ଅଧିକାରୀ । ପଦ୍ମଗିରି ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏମ୍ଡିଏମ୍ର ମାନ ଯାଞ୍ଚ କରିଥିଲେ । ଏସ୍ପି ବିନୋଦ ପାଟିଲ ଅନ୍ୟ ଏକ ବିଦ୍ୟାଳୟରେ ନିଜେ ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।
ଗାଁରୁ ଲୋକଙ୍କ ସମସ୍ୟା ଶୁଣିବା ପରେ ପ୍ରାଶାସନିକ ଅଧିକାରୀ ବିଦ୍ୟାଳୟ ଅଭିମୁଖେ ବାହାରିଥିଲେ । ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ଏସ୍ପି ବିନୋଦ ପାଟିଲ୍, ଡିଏଫଓ ସାଇକିରଣ ଡିଏନ୍ ଏବଂ ଉପଜିଲ୍ଲାପାଳ ଅଷନୀ ଏଏଲ୍ ସ୍କୁଲରେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରଖିଛନ୍ତି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଜଣ ପିଛା ୭ଟଙ୍କା ୬୪ ପଇସା
ପୂର୍ବରୁ ପିଲା ପିଛା ଆସୁଥିଲା ୫ଟଙ୍କା ୯୦ ପଇସା
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଜଣଙ୍କ ପିଛା ୧୦ଟଙ୍କା ୯୪ ପଇସା ଆସୁଛି
ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଜଣ ପିଛା ଦିଆଯାଉଥିଲା ୮ଟଙ୍କା ୮୨ ପଇସା
ଡିସେମ୍ବର ୨୦୨୪ରୁ ବର୍ଦ୍ଧିତ ଦର ଲାଗୁ
ଖାଦ୍ୟ ସାମଗ୍ରୀ ଦରଦାମ୍ ବୃଦ୍ଧି ପରେ ବର୍ଦ୍ଧିତ ଦରକୁ ନେଇ ଅସନ୍ତୋଷ ରହିଛି
କେତେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଛି ଏସ୍ଏଚ୍ଜି ନେଇଛି
ସ୍କୁଲ, ଏସ୍ଏଚ୍ଜି ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ପରଷୁଛନ୍ତି
ମାଲକାନଗିରି ପ୍ରଶାସନକୁ ଘାରିଛି ପିଲାଙ୍କ ଖାଦ୍ୟ ଚିନ୍ତା
ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଛନ୍ତି ଅଧିକାରୀ
ଚାଉଳ ମାନ ପରଖିଲେ ଡିଏଫ୍ଓ ସାଇକିରଣ ଡିଏନ୍
ପିଲାଙ୍କ ଖାଦ୍ୟ ଖାଇଲେ ଏସ୍ପି ବିନୋଦ ପାଟିଲ୍
ଗୋଟିଏ ଦିନରେ ୧୮ଟି ବିଦ୍ୟାଳୟରେ ଯାଞ୍ଚ
ରୋଷେଇ ସ୍ଥାନ ବୁଲି ଦେଖିଲେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ
ସ୍କୁଲରେ ସ୍ଥିତି ପରଖିଲେ ମାଲକାନଗିରି ଉପଜିଲ୍ଲାପାଳ ଅଷନୀ ଏଏଲ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/02/19-2025-09-02-17-32-36.jpg)