କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ଚାଉଳ ହେରଫେରକୁ ନେଇ ଆସିଲା ଅଭିଯୋଗ। ପ୍ରଧାନ ଶିକ୍ଷକଙ୍କ ଅଜାଣତରେ ଦସ୍ତଖତ ମାରି ଖେଳ ଶିକ୍ଷକ ଚାଉଳ ନେଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ ପ୍ରଧାନଶିକ୍ଷକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ। ଜୁଲାଇ ୧୬ରେ ବିଦ୍ୟାଳୟକୁ ୧୦ କ୍ବିଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଆସିଥିଲା । ହେଲେ ପୋକ ଲାଗିଯିବା ଭୟରେ ୫ କ୍ବିଣ୍ଟାଲ ଚାଉଳ ରଖି ବାକି ଚାଉଳ ଫେରାଇ ଦେଇଥିଲେ ପ୍ରଧାନ ଶିକ୍ଷକ । ହେଲେ ସେହି ବିଦ୍ୟାଳୟର ଖେଳ ଶିକ୍ଷକ ନିଜେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ କରି ବାକି ୫ କ୍ବିଣ୍ଟାଲ ଚାଉଳ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ।
ଖେଳ ଶିକ୍ଷକଙ୍କ ନାଁରେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ସୁବାସ ସେଠୀ। ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ । ୧୯୭୩ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୬୬ ପିଲା ପଢ଼ୁଛନ୍ତି । ବିଦ୍ୟାଳୟରେ ଚାଉଳ ହଡ଼ପକୁ ନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/13/teacher-2025-08-13-18-07-11.jpg)