କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗାଁରେ ଛୁରାମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟୁଲୁ ପ୍ରଧାନଙ୍କୁ ଛୁରୀଭୁଷି ହତ୍ୟା ଉଦ୍ୟମ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟୁଲୁଙ୍କୁ ଉଦ୍ଧାର କରି ପରିବାର ଲୋକେ ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଅଧିକ ପଢନ୍ତୁ : ଜନଶୁଣାଣି ବେଳେ ତୁମୁଳକାଣ୍ଡ, ଯିଏ ଯାହାକୁ ପାରିଲା ବାଡ଼େଇଲା

ଟୁଲୁଙ୍କ ସ୍ତ୍ରୀ ମନସା ପ୍ରଧାନ ପାଟପୁର ଥାନାରେ ଏତଲା ଦେବାପରେ ପୁଲିସ ଅଭିଯୁକ୍ତଙ୍କ ଗିରଫ କରିଛି ।  ଅଭିଯୁକ୍ତ ଜଣକ ହେଲେ କଙ୍କୋରଡ଼ା ଗାଁର ବୁଲୁ ପରିଡ଼ା ।