କନକ ବ୍ୟୁରୋ: ପ୍ରଶାସନର କାର୍ଯ୍ୟକାରିତା ଉପରୁ ଉଠିଗଲାଣି କି ଲୋକଙ୍କ ଭରସା? କେଉଁଠି ଜନଶୁଣାଣି ବେଳେ ଜଳୁଛି ଅସନ୍ତୋଷର ନିଆଁ, ହାତାହାତି ହେଉଛନ୍ତି ଲୋକେ, ଆଉ କେଉଁଠି ଜମି ମାପଚୁପ ବେଳେ ଦେଖିବାକୁ ମିଳିଛି ତୁମୁଳକାଣ୍ଡ । ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ଉତ୍ତେଜନା ସ୍ଥିତି ଉଗ୍ର ରୂପ ନେଉଛି ।  

Advertisment

ଏହା ବି ପଢ଼ନ୍ତୁ: ଅନୁଦାନ ଦେବାକୁ କୁନ୍ଥକୁନ୍ଥ କେନ୍ଦ୍ର, ଡବଲ ଇଞ୍ଜିନରେ ଓଡ଼ିଶାକୁ ଫାଇଦା କମ୍, ଘାଟା ଅଧିକ

ବାଡ଼ାବାଡ଼ି... ହାତାହାତି... ଗୋଷ୍ଠୀ ସଂଘର୍ଷ... । ଯିଏ ଯାହାକୁ ପାରିଲା ବାଡ଼େଇଲା । ପୁଲିସ ଅଛି, ପ୍ରଶାସନ ଅଛି । ହେଲେ ଅଣାୟତ୍ତ ହୋଇଗଲା ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ଇଏ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଦୃଶ୍ୟ । ଶେଖସରାଇ ବାଲି ଖାଦାନ ନିଲାମ ପାଇଁ ଜନଶୁଣାଣି ଚାଲିଥିଲା । ଜିଲ୍ଲା ପ୍ରଶାସନ ତରଫରୁ ହେଉଥିଲା ସର୍ବସାଧାରଣ ଜନଶୁଣାଣି । ହେଲେ ନିଲାମକୁ ସମର୍ଥନ ଓ ବିରୋଧ କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଅଚାନକ୍ ଉଗ୍ର ରୂପ ନେଇଥିଲା। ଏତେ ଜୋରରେ ଗଣ୍ଡଗୋଳ ଓ ମାରପିଟ୍ ହେଲା ଯେ, ଅଧାରୁ ବନ୍ଦ ରହିଲା ଜନଶୁଣାଣି । ଏଥିରେ ୨ ଜଣ ଆହତ ହୋଇଛନ୍ତି ।... 
 
ଏପଟେ ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମିଜମା ମାମଲାକୁ ନେଇ ପୁଣି ଅଶାନ୍ତି । ସୀମା ନିର୍ଦ୍ଧାରଣକୁ ନେଇ ପୁଲିସ-ଜନତା ମୁହାଁମୁହିଁ। ଯାଜପୁର ରୋଡ୍- ଯଖପୁରା ଥାନା ମନୋହରପୁର ଅଞ୍ଚଳରେ ଉତ୍ତେଜନା ଦେଖାଦେବା ପରେ, ଟାୟାର ଜାଳି ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକେ । ତହସିଲ ପକ୍ଷରୁ ଜମି ମାପଚୁପ ବେଳେ ଏହାକୁ ବିରୋଧ କରିଥିଲେ ଲୋକେ । ଭୂମିହୀନଙ୍କ ସରକାର ଦେଇଥିବା ଜମିକୁ ଚଞ୍ଚକତା କରି କିଛି ଲୋକ କମ୍ ଦରରେ କିଣି ନେଇଥିବା ଅଭିଯୋଗ ହୋଇଛି ।