କନକ ବ୍ୟୁରୋ: ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଜାନୁୟାରୀ ୧ ଆମ ପାଇଁ ପରମ୍ପରାଗତ ନବ ବର୍ଷ ନୁହେଁ ଏବଂ ଏଥିପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି । ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । ବଡ଼କଥା ହେଉଛି ପ୍ରତିବର୍ଷ ନୂଆବର୍ଷ ଦିନ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ । ହେଲେ ଏଥର ନୂଆବର୍ଷ ପୂର୍ବରୁ ମଧ୍ୟରାତ୍ରିରେ ମନ୍ଦିର ଖୋଲା ନିଷ୍ପତ୍ତି ବଦଳାଇକୁ ଦାବି ହେଉଛି । ଆଉ ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ ।
ଏପଟେ ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ନଖୋଲିବାକୁ ଲେଖାଯାଇଥିବା ଚିଠିକୁ ସମର୍ଥନ କରିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁ ବି ଆମ ଭଳି ଖାଆନ୍ତି, ରାତିରେ ଶୁଅନ୍ତି, ସବୁ କିଛି ମାନବୀୟ ଲୀଳା କରନ୍ତି । ଆଉ ଏ ଇଂରାଜୀ ନବବର୍ଷ ଆମ ପରମ୍ପରା ନୁହେଁ ତେଣୁ କାହିଁକି କାଳିଆକୁ ଅନିଦ୍ରା ରଖିବା? ତୁରନ୍ତ ଏନେଇ ବିଚାର କରି ନୀତିକାନ୍ତି ସଠିକ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି । ବଡ଼କଥା ହେଉଛି ଏବେ ଗଜପତି ମହାରାଜା , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଆଇନ ମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇଂରାଜୀ ନୂଆବର୍ଷ ମଧ୍ୟରାତ୍ରିରେ ଶ୍ରୀମନ୍ଦିର ପୂର୍ବ ଭଳି ଖୋଲା ରହିବ ନା ଏଥର ବନ୍ଦ ରହିବ ତାହା ଉପରେ ନଜର ରଖିଛନ୍ତି କୋଟି କୋଟି ଓଡ଼ିଆ ।
ଅଧିକ ପଢ଼ନ୍ତୁ---ତିନୋଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/28/puri-2025-12-28-16-59-11.jpg)