କନକ ବ୍ୟୁରୋ: ୨୦୨୬ ରଥଯାତ୍ରା ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଆଜି ବସିଥିବା ପ୍ରାୟ ସାଢ଼େ ୪ ଘଣ୍ଟାର ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବ ଶୀଘ୍ର  ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ମେଳକ ସହ କରାଯିବ ଗଣତମଣତି । ସେ ନେଇ ଆଜି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ବପୁର୍ଣ୍ଣ ବୈଠକରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ବିଧି ସବ୍‌କମିଟି ଗଣତି ମଣତି ପାଇଁ ଚିଠା ପ୍ରସ୍ତାବ କରିଥିଲେ । ସେହି ଚିଠା ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକ ରେ ଆଲୋଚନା ହୋଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆସିବା ପରେ ହିଁ ରତ୍ନ ଭଣ୍ଡାର ଗଣତି ମଣତି ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ।

Advertisment

ଘନ କୁଡୁଡି,୧୮ ଜିଲ୍ଲାକୁ ୱାର୍ଣ୍ଣିଂ: ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡ଼ି

- ରତ୍ନଭଣ୍ଡାର ଗଣତିମଣତି ନେଇ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ
- ୩ଟି ପର୍ଯ୍ୟାୟରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
- ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ
- ଏହାପରେ ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଗଣତିମଣତି 
- ଗଣତିମଣତି ଦିନ କୌଣସି ନୀତିକାନ୍ତି ବ୍ୟାଘାତ ହେବ ନାହିଁ 
- ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ 
- ପାଳିଥିବା ଅଧିକୃତ ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ 
- ଗଣତିମଣତି ବେଳେ କେଉଁମାନେ ଉପସ୍ଥିତ ରହିବେ ଚିଠା ତାଲିକା ପ୍ରସ୍ତୁତ ହୋଇଛି
- ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତିମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ
- ରିଜର୍ଭ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହିବେ ବୋଲି ପ୍ରସ୍ତାବ ଦିଆଯାଇଛି
- ପ୍ରତିଦିନ ଭିତର ରତ୍ନଭଣ୍ଡାର ଗଣତିମଣତି ପରେ ଚାବି ଡିଷ୍ଟ୍ରିକ୍ଟ ଟ୍ରେଜେରିରେ ରଖାଯିବ
- ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଓ କ୍ୟାମେରା ଚିପ୍‌କୁ ସାଇତି ରଖାଯିବ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକର ଡିଜିଟାଇଜେସନ କରାଯିବ
- ଗତବର୍ଷ ଆସିଥିବା ୨ଟି ଏସ୍‌ଓପି ଆଧାରରେ ନୂଆ ଏସ୍‌ଓପି ପ୍ରସ୍ତୁତ କରାଯାଇଛି 
- ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ