କନକ ବ୍ୟୁରୋ : ଆଜି ବସିବ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଚଳିତ ବର୍ଷ ୨୦୨୬-୨୦୨୭ର ଶ୍ରୀମନ୍ଦିର ବଜେଟ, ନୀତିକାନ୍ତି ଏବଂ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ମେଳକ ପ୍ରସଙ୍ଗ ଏବଂ ଚଳିତ ବର୍ଷ ତ୍ରୁଟି ଶୂନ୍ୟ ରଥଯାତ୍ରା କରିବାକୁ ରଥ କୋଡ-୧୯୮୩ରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଅଧିକ ପଢନ୍ତୁ : ୩ ରାଶିକୁ କଷ୍ଟରେ ଦେଖିପାରନ୍ତିନି ରାହୁ : ସଙ୍କଟରୁ ବଞ୍ଚାନ୍ତି , ଧନ-ସମ୍ପତ୍ତି ଦିଅନ୍ତି
ପରିବର୍ତ୍ତିତ ସ୍ଥିତିକୁ ଦେଖି ପ୍ରଚଳିତ ବିଧି ବ୍ୟବସ୍ଥାରେ ସଂଶୋଧନ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଭିଡ଼ ପରିଚାଳନା, ରଥଟଣା, ସମନ୍ବୟ, ଶୃଙ୍ଖଳିତ ପହଣ୍ଡି ଉପରେ ଏହି ସଂଶୋଧନରେ ଗୁରୁତ୍ବ ଦିଆଯାଇଛି । ଏଥିରେ ରତ୍ନ ଭଣ୍ଡାର ଗଣତି ମଣତି ସହ ଏହି ସଂଶୋଧନ ପ୍ରସଙ୍ଗ ଓ ବଜେଟ ଉପସ୍ଥାପନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/shree-mandira-2026-03-02-10-06-35.jpeg)