କନକ ବ୍ୟୁରୋ : ଜ୍ୟୋତିଷଶାସ୍ତ୍ର ଅନୁସାରେ ରାହୁ ଯଦି ଜାତକର ଦଶମ ସ୍ଥାନରେ ତା’ହେଲେ ଦୁନିଆ ହାତ ମୁଠାରେ । ରାହୁଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ ଯାହାଙ୍କ ପ୍ରଭାବ ମଣିଷ ଜୀବନ ଉପରେ ଗଭୀର ଭାବରେ ପଡ଼େ । ଖାସ୍ କରି ରାହୁଙ୍କୁ ଦ୍ୱନ୍ଦ୍ୱ, ଲୋଭ , ହଠାତ୍ ଘଟଣା, ଯାତ୍ରା, ଅନୈତିକ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ରାଜନୀତି, ଅବସାଦଜନକ ଆଚରଣ, ହଠାତ୍ ସଫଳତା, ଦ୍ରୁତ ଆର୍ଥିକ ଲାଭ କିମ୍ବା କ୍ଷତି ଏବଂ ଚର୍ମ ରୋଗର ମୁଖ୍ୟ କାରଣ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଏ । ଯଦି କାହାର ଜାତକରେ ରାହୁଙ୍କ ସ୍ଥିତି ଦୃଢ଼ କିମ୍ବା ଦୁର୍ବଳ ଥାଏ ତେବେ ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଏ । କିନ୍ତୁ ଯେଉଁ ରାଶି ଉପରେ ରାହୁ ମହାରାଜଙ୍କ କୃପା ଦୃଷ୍ଟି ପଡ଼େ ସେହି ରାଶିର ବ୍ୟକ୍ତିବିଶେଷଙ୍କ ପ୍ରତି ସେ ଦୟାଳୁ ମନୋଭାବ ରଖନ୍ତି ଏବଂ ପ୍ରତିଟି ସମସ୍ୟାରୁ ରକ୍ଷା କରନ୍ତି । ତେବେ ସେ ୩ ଟି ରାଶି କ’ଣ କ’ଣ ଯାହାଙ୍କ ଉପରେ ରାହୁଙ୍କ କୃପା ରହିଛି ଆସନ୍ତୁ ଜାଣିବା । 

Advertisment

ଆସନ୍ତୁ ପଢ଼ନ୍ତୁ : ମାର୍ଚ୍ଚ ୩ ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ : ଗ୍ରହଣରେ ରୋଷେଇ କଲେ କି ଖାଇଲେ କ’ଣ ହୁଏ ? କ’ଣ କୁହେ ବିଶ୍ବାସ ଓ ବିଜ୍ଞାନ ?

ମିଥୁନ ରାଶି : 

ମିଥୁନ ରାଶିକୁ ରାହୁଙ୍କର ପ୍ରିୟ ରାଶି ବୋଲି କୁହାଯାଏ ଯେଉଁଥିପାଇଁ ଗ୍ରହମାନଙ୍କରେ ଏହି ରାଶିକୁ ବଳବାନ ବୋଲି ମଧ୍ୟ କୁହାଯାଏ । ରାହୁଙ୍କ କୃପାଦୃଷ୍ଟି ଥିବାରୁ ଏହି ରାଶିର ବ୍ୟକ୍ତିବିଶେଷ ଯେଉଁ କାମ କରନ୍ତି ଭାବି ବିଚାରି ଚତୁରତାର ସହ କରନ୍ତି । ଯାହାଦ୍ବାରା ମିଥୁନ ରାଶିର ବ୍ୟକ୍ତି ଶୀଘ୍ର ସଫଳତା ପାଇଥା’ନ୍ତି । କିନ୍ତୁ ଅନ୍ୟ ପ୍ରତି ଦୟା,କରୁଣା ଭାବ ନ ରହିଲେ କିମ୍ବା ସତ୍ ପଥରେ ନ ଚାଲିଲେ ଉକ୍ତ ବ୍ୟକ୍ତିଙ୍କ ଜୀବନ  କଷ୍ଟସାଧ୍ୟ ହୋଇପଡ଼େ । 

କନ୍ୟା ରାଶି :

କନ୍ୟା ରାଶିକୁ ରାହୁଙ୍କ ମିତ୍ରରାଶି ବୋଲି କୁହାଯାଏ । ରାହୁ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ସଫଳ ବ୍ୟକ୍ତିତ୍ବ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥା’ନ୍ତି । ଏହି ରାଶିର ଲୋକ ନିଜ ବିଚାରକୁ ନେଇ ସ୍ପଷ୍ଟ ହୋଇଥା’ନ୍ତି । ଯେଉଁ କାରଣରୁ ଭୁଲ୍ କରିବାର ସମ୍ଭାବନା କମ୍ ହୋଇଥାଏ । ଏହାଛଡ଼ା ନ୍ୟାୟ ସପକ୍ଷରେ ଥିବାରୁ ଲୋକ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଖୁବ୍ ପସନ୍ଦ କରନ୍ତି । 

କୁମ୍ଭ ରାଶି :
ଜ୍ୟୋତିଷ ମାନ୍ୟତା ଅନୁସାରେ କୁମ୍ଭ ରାଶିକୁ ରାହୁ ଗ୍ରହଙ୍କ ଅନୁକୂଳ ରାଶି ବୋଲି କୁହାଯାଏ । ଅସୁବିଧା ସମୟରେ ଏହି ରାଶିକୁ ରାହୁ ନିଶ୍ଚିତ ଭାବେ ସମାଧାନର ରାସ୍ତା ଦେଖାଇଥା’ନ୍ତି । ଜ୍ୟୋତିଷଚାର୍ଯ୍ୟ କୁହନ୍ତି ଯେ ସମୟ ଆସିଲେ ରାହୁ କୁମ୍ଭ ରାଶିକୁ ଆକସ୍ମିକ ଧନଲାଭ କିମ୍ବା ସଫଳତା ପ୍ରଦାନ କରିଥା’ନ୍ତି ।