କନକ ବ୍ୟୁରୋ : ସାଉଥ୍‌ ଇଣ୍ଡଷ୍ଟ୍ରିର ଡ୍ୟାସିଙ୍ଗ୍ ଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ଚୁଲବୁଲି ନାୟିକା ରଶ୍ମିକା ମନ୍ଦାନାଙ୍କ ବିବାହ ପରେ ଇଣ୍ଟରନେଟରେ ଯେମିତି ଶୁଭେଚ୍ଛା ବର୍ଷା ହୋଇଥିଲା । ଦୁହିଁଙ୍କ ରିସେପ୍ସନର ଖବର ମଧ୍ୟ ଚାରିଆଡ଼େ ଚର୍ଚ୍ଚାର ବିଷୟ ଥିଲା ତେବେ ବର୍ତ୍ତମାନ ସେହି ଟଲିଉଡ୍ ଇଣ୍ଡଷ୍ଟ୍ରିରୁ ଆଉ ଜଣେ ଲୋକପ୍ରିୟ ଷ୍ଟାର୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପେନ୍ ଇଣ୍ଡିଆର ସୁପରଷ୍ଟାର୍ ତଥା ସାଉଥ୍ ଇଣ୍ଡଷ୍ଟ୍ରିର ପୁଷ୍ପାରାଜଙ୍କ ସାନ ଭାଇ ଅଭିନେତା ଅଲ୍ଲୁ ସିରିଶଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଅଲ୍ଲୁ ଅର୍ଜୁନଙ୍କ ସାନ ଭାଇ ନିଜର ଲଙ୍ଗଟାଇମ୍ ପ୍ରେମିକା ନୟନିକା ରେଡ୍ଡିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ମାର୍ଚ୍ଚ ୬ ତାରିଖରେ ହେବାକୁ ଯାଉଛି । ତେବେ ବିବାହର ଅନ୍ୟ ଉତ୍ସବର ଫଟୋ ଏବଂ ଭିଡିଓ ଲଗାତାର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ଅଲ୍ଲୁ ସିରିଶ ଏବଂ ନୟନିକା ବିବାହ ପୂର୍ବରୁ ଏକ ପ୍ରି-ୱେଡିଙ୍ଗ୍ ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ସାଉଥ୍ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ ତାରକା ଯୋଗ ଦେଇଥିଲେ । 

Advertisment

ଆଗକୁ ପଢ଼ନ୍ତୁ : ପାକ୍ ଏୟାରବେସ୍ ଉପରେ ଶନିଦଶା ! ତାଲିବାନ କଲା ଆକ୍ରମଣ,ଫୁଟାଣି ମାରି ପାକ୍ କହୁଛି ‘ଆମର କିଛି ହୋଇନି’

ପାର୍ଟିରେ ବର-କନିଆଁ ଉଭୟଙ୍କ ପରିବାର ସାମିଲ୍ ହେବା ସହ ବଡ଼ ଭାଇ ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ପାର୍ଟି ଆୟୋଜନ କରିବା ଦେଖାଯାଇଥିଲା । ପୁଷ୍ପା ସିନେମାର ନିର୍ଦ୍ଦେଶକ ସୁକୁମାର, ଏଟଲି , ଅଭିନେତା ନନ୍ଦମୁରୀ ବାଲକୃଷ୍ଣ ଏବଂ ରାଣା ଡଗ୍ଗୁବତି ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ । ନବବିବାହିତ ଷ୍ଟାର୍ ଦମ୍ପତି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଅଲ୍ଲୁ ସିରିଶଙ୍କ ହଳଦୀ ସେରିମନିରେ ଯୋଗ ଦେଇଥିଲେ । ସାଉଥ୍ ସୁପରଷ୍ଟାର୍ ରାମ ଚରଣ , ନାଗାର୍ଜୁନ ସୁପରଷ୍ଟାର ନାନି, ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା, ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ ଏବଂ ଦକ୍ଷିଣ ଭାରତୀୟ ସିନେମାର ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ମଧ୍ୟ ପାର୍ଟିରେ ଦେଖାଯାଇଥିଲେ । ଯାହାର ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । ପ୍ରଶଂସକ ଏହି ଲଭ୍ ବାର୍ଡଙ୍କୁ ବିବାହ ପୂର୍ବରୁ ଶୁଭେଚ୍ଛା ଜଣାଇଛନ୍ତି । 

ତେବେ ଶୁକ୍ରବାର ବାହାଘର ଥିବା ବେଳେ ଏଥିରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନେ ଉପସ୍ଥିତ ରହିବେ ବୋଲି କୁହାଯାଉଛି । ଅଲ୍ଲୁ ସିରିଶଙ୍କ ପରିବାର ସିନେ ଇଣ୍ଡଷ୍ଟ୍ରି ସହ ସଂପର୍କ ରଖିଥିବା ବେଳେ ନୟନିକା ରେଡ୍ଡୀଙ୍କ ବ୍ୟବସାୟ ପରିବାରରୁ ଆସିଛନ୍ତି । ଉଭୟ ସିରିଶ ଏବଂ ନୟନିକା ୨୦୨୩ ରେ ପ୍ରଥମଥର ପାଇଁ ଏକ ପାର୍ଟିରେ ଦେଖା ହୋଇଥିଲେ ଏବଂ ତା’ପରେ ଗତବର୍ଷ ଅକ୍ଟୋବରରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା ।