କନକ ବ୍ୟୁରୋ: ୫ ଡିସେମ୍ବରରେ ରିଲିଜ ହୋଇଥିବା ଫିଲ୍ମ ଧୂରନ୍ଧର ଦର୍ଶକଙ୍କ ମନ ଜିଣିଛି । ବକ୍ସଅଫିସରେ ରିଲିଜର ୯ ଦିନରେ ୨୯୦ କୋଟିରୁ ଅଧିକ ଆୟ କରିଛି । ଫିଲ୍ମରେ ଅକ୍ଷୟ ଖାନ୍ନା, ରନବିର ସିଂ, ସଂଜୟ ଦତ୍ତ ଆର ମାଧବନ୍ ଓ ସାରା ଅର୍ଜୁନଙ୍କ ତରିତ୍ରକୁ ଦର୍ଶକ ଖୁବ୍ ଭଲପାଇବା ଦେଉଛନ୍ତି । ତେବେ ଏହି ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଚରିତ୍ରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଅକ୍ଷୟ ଖାନ୍ନା ଏହି ଫିଲ୍ମରେ ରେହମାନ ଡକୈତ ଚରିତ୍ରରେ ନଜର ଆସିଛନ୍ତି ।
ଫିଲ୍ମର କାହାଣୀ ସହିତ ତାହାର ଗୀତ ମଧ୍ୟ ବେଶ ମନଛୁଆଁ । ଏଥିରେ ଥିବା କିଛି ଗୀତ ୯୦ ଦଶକର ରହିଛି । ଏହି ମୁଭିରେ ଥିବା ଟାଇଟେଲ୍ ଟ୍ରାକ୍ ‘ନା ଦିଲ୍ ଦେ ପରଦେଶି ନୁ’ ଏକ ପଞ୍ଜାବୀର ଲୋକଗୀତ ଅଟେ ଯାହା ମିଡ୍ ୯୦ରେ ମହମ୍ମଦ ସାଦିକ୍ ଏବଂ ରଣଜିତ୍ କୋର୍ ଦ୍ୱାରା ରିଲିଜ୍ ହୋଇଥିଲା । ଏହା ଏବେ ରିମେକ୍ ହୋଇ ଲୋକପ୍ରିୟତା ସାଉଣ୍ଟିଛି । ସେମିତି ‘ଇସକ୍ ଜଲାକର’ ହେଉଛି ବରସାତ୍ କି ରାତ ଫିଲ୍ମର ଏକ ଗୀତର ରିମେକ୍ । ସେମିତି ରମ୍ୱା ହୋ ହୋ, ଅରମାନ୍ ମୁଭିର ଗୀତ ଏବଂ ରନ ଡାଉନ ଦ ସିଟି-ମୋନିକାରେ ‘ପିଆ ତୁ ଅବ ତୋ ଆଜା’ର କିଛି ପାର୍ଟ ବ୍ୟବହାର ହୋଇଛି । ୧୯୬୦ର ହାୱା ହାୱା ଏବଂ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଥିବା ଅକ୍ଷୟ ଖାନ୍ନାଙ୍କ ଏଣ୍ଟ୍ରି ସଙ୍ଗ ‘ଫାସଲା’ ମଧ୍ୟ ଏକ ଆରବିକ୍ ରାପ୍ ସଙ୍ଗ୍ ଯାହା ୨୦୨୪ରେ ରିଲିଜ୍ ହୋଇଥିଲା ମାତ୍ର ଏବେ ଧୂରନ୍ଧର ମୁଭି ପାଇଁ ଲୋକ ପ୍ରିୟତା ପାଉଛି ।
ଆହୁରି ପଢ଼ନ୍ତୁ...ଭୋଟ ଚୋରି ପ୍ରସଙ୍ଗରେ ଗର୍ଜିବ କଂଗ୍ରେସ : ଏକାଠି ହେବେ ହଜାର ହଜାର ନେତା କର୍ମୀ
ଆଦିତ୍ୟଧରଙ୍କ ନିର୍ଦ୍ଦେଶନା ଧୂରନ୍ଧର ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଯାହାକି ଲୋକଙ୍କ ମନକୁ ଖୁବ୍ ପସନ୍ଦ ଆସିଛି । ଆଗାମୀ ଦିନରେ ଏହାର ପାର୍ଟ ୨ ଆସିବାକୁ ଯାଉଛି । ଯାହାର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଯାହାକୁ ଦର୍ଶକ ଅପେକ୍ଷା କରିଛନ୍ତି, ଆଶା କରିଛନ୍ତି ଏହା ପାର୍ଟ-୨ଠାରୁ ଅଧିକ ସଫଳ ରହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/dhurandhar-song-2025-12-14-12-24-32.jpg)