କନକ ବ୍ୟୁରୋ : ଭୋଟ ଚୋରିକୁ ନେଇ ଆଜି ଦିଲ୍ଲୀରେ ଗର୍ଜିବ କଂଗ୍ରେସ । ରାମଲୀଲା ମଇଦାନରେ ହେବ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ସେଥିପାଇଁ ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି । ବିକ୍ଷୋଭ, ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ପ୍ରସ୍ତୁତି ଚାଲିଛି ।
ଅଧିକ ପଢନ୍ତୁ.... କଟକ ରାଜନୀତି ସରଗରମ: ତିନି ଦଳରେ ନେତା ବିଦ୍ରୋହୀ
ରାଲିକୁ ସମ୍ୱୋଧିତ କରିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେହିପରି ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି ବରିଷ୍ଠ କଂଗ୍ରେସ ନେତା ଓ ସବୁ ସାଂସଦ ସାମିଲ ହେବେ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ଭାବନା ରହିଛି ।
ରାଲି ପୂର୍ବରୁ ସବୁ ନେତା, ସାଂସଦ କଂଗ୍ରେସ ମୁଖ୍ୟାଳୟର ଇନ୍ଦିରା ଭବନରେ ଏକାଠି ହୋଇ ରାମଲୀଲା ମଇଦାନକୁ ଶୋଭାଯାତ୍ରାରେ ବାହାରିବେ । ସଂସଦରୁ ସଡ଼କ ଯାଏଁ ଭୋଟି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । କଥିତ ଭୋଟ ଚୋରି ପ୍ରସଙ୍ଗରେ ଆଜି ବଡ଼ ପ୍ରଦର୍ଶନ କରିବାକୁ ଯାଉଛି ଦଳ ।
ଏଥିରେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ । କଂଗ୍ରେସର ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣ ଅନିୟମିତତା ହେଉଛି । ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି । ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏବଂ ସରକାର ସହ ନିର୍ବାଚନ କମିସନ ଉପରେ ଚାପ ପକାଇବାକୁ ବଡ଼ ରାଲିରୁ ଆୟୋଜନ କରୁଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/congress-2025-12-14-11-35-37.jpg)