କନକ ବ୍ୟୁରୋ :ହେ ସରକାର ଆମ ପୁଅର ଶବକୁ ଫେରାଇ ଆଣ... ଆମର ଆଉ କେହି ନାହିଁ । ଆମ ଜୀବନ ଥିଲା ଆମ ପୁଅ... ଶେଷଥର ପାଇଁ ତାକୁ ଆମେ ଦେଖିବାକୁ ଚାହୁଛୁ । ଏମିତି କହି ବାହୁନି କାନ୍ଦୁଛନ୍ତି ଗୋଟିଏ ଭେଣ୍ଡିଆ ପୁଅର ବାପା ମାଆ ।
ପୁଅ ଯାଇଥିଲା ହାଇଦ୍ରାବାଦ , ସେଠି ବଡ଼ କମ୍ପାନିରେ କାମ କରିବ, ବାପା ମା’ଙ୍କୁ ଭଲ ଖାଇବାକୁ ଦେବ, ଭଲ ଘରେ ରଖିବ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନା ପୁଅର ସ୍ୱପ୍ନ ପୂରା ହୋଇପାରିଲା ନା ବାପା ମା’ଙ୍କର । ଶେଷରେ ଦାଦନ ଖଟିବାକୁ ଯାଇ ସେଠାରେ ଶବ ହୋଇଯାଇଛି ପୁଅ । ଆଉ ଏଠି ପୁଅର ମୃତ୍ୟୁ ଖବର ଶୁଣି ବୁଢ଼ା ବାପା ମା’ଙ୍କ ଧୈର୍ଯ୍ୟହରା ହୋଇଯାଇଛନ୍ତି , କାନ୍ଦି କାନ୍ଦି ଅଥୟ ହୋଇଯାଉଛନ୍ତି ବାପା ମା । ହେବେନି ବା କେମିତି ? ୨୬ ବର୍ଷୀୟ ଭେଣ୍ଡିଆ ପୁଅକୁ ହରାଇ କୋଉ ବାପା ମା’ ବାପା ଧୈର୍ଯ୍ୟ ଧରି ରହିପାରିବ ଯେ । ଏବେ କେବଳ ଗୋଟିଏ ଇଚ୍ଛା ତାଙ୍କ ପୁଅର ଶବ ଘରକୁ ଫେରିଆସୁ ।
ମୋବାଇଲରେ ପୁଅର ଫଟୋକୁ ଦେଖି ବାହୁନି ବାହୁନି କାନ୍ଦୁଛି ମା’ । ବାପାଙ୍କ ଆଖିରୁ ଶୁଖୁନି ଲୁହ । ସାହି ପଡ଼ିଶାଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସତେ ଯେମିତି ଏହି ପରିବାର ଉପରେ ଦୁଖଃର କଳା ବାଦଲଟା ଛିଡି ପଡିଛି । ପୁଅ ତୁ ଫେରିଆ ପୁଅ ତୁ ଫେରିଆ...ଏମିତି କେତେ କଥା କହି କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଉଛି ମା' ।
ଅଧିକ ପଢ଼ନ୍ତୁ---ଓମ୍ସା ଆନ୍ଦୋଳନ ସ୍ଥଗିତ; ଦାବିକୁ ବିଚାରକୁ ନିଆଯିବ ବୋଲି କହିଲେ ମନ୍ତ୍ରୀ
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରସଲପୁର ଗ୍ରାମର ଏ ହୃଦୟ ବିଦାରକ ଖବର ଆପଣଙ୍କୁ ଭାବବିହ୍ବଳ ହେବାକୁ ବାଧ୍ୟ କରିବ । ରସଲପୁର ଗ୍ରାମର ରମାକାନ୍ତ ବେହେରାଙ୍କ ୨୬ ବର୍ଷୀୟ ଭେଣ୍ଡିଆ ପୁଅ ପ୍ରଦୀପ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦରେ ଦାଦାନ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି । ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୁଢା ବାପା ମା ବେସାହାରା ହୋଇଯାଇଛନ୍ତି । ଅନ୍ୟପଟେ ପୁଅର ଶବକୁ ଫେରାଇ ଆଣିବା ପାଇଁ ବୁଢ଼ା ବାପା ମା’ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । ତେବେ ପୁଅର ମୃତ୍ୟୁ ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବାପା ରମାକାନ୍ତ ।
ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର ଲୋକେ ଦୁଖଃରେ ଭାଙ୍ଗି ପଡିଥିବା ବେଳେ ଘରେ ଚୁଲି ଜଳୁନି । ନଖାଇ ନପିଇ ଭୋକ ଉପାସରେ ଦିନ କାଟୁଛନ୍ତି ବୁଢା ବାପା ମା । ଯିଏ ପରିଣତ ବୟସରେ ବାପା ମାଙ୍କୁ ପ୍ରତିପୋଷଣ କରିଥାନ୍ତା ତାର ଏଭଳି ମୃତ୍ୟୁ ସ୍ତବ୍ଧ ହୋଇ ଯାଇଛନ୍ତି ପରିବାର । ଏଵେ ପୁଅର ମୁହଁ ଟିକେ ଦେଖିବା ପାଇଁ ବାପା ମା’ ପାଗଳ ହୋଇ ଯାଉଛନ୍ତି । ତେବେ ଏହା ଏକ ହତ୍ୟାକାଣ୍ତ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଆଉ ଏଥିପାଇଁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/08/baleswar-2026-01-08-16-28-57.jpeg)