କନକ ବ୍ୟୁରୋ : ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ସଂଘ ସଭାପତି କିଶୋର ମିଶ୍ର କହିଛନ୍ତି ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ୍ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଆସନ୍ତାକାଲିଠୁ ସବୁ କିଛି ସ୍ଵାଭାବିକ ହେବ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେରେ , ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ,ଅର୍ଥ ବିଭାଗ,ଆଇନ ବିଭାଗ ସଚିବ ରହିଛନ୍ତି । ସେମାନଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ।
ଅଧିକ ପଢ଼ନ୍ତୁ---କେବିସି କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ; ବିଗ୍ ବି ଶୁଣିଲେ 'ଆହେ ନୀଳ ଶଇଳ' କାହାଣୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/08/mukesh-mahaling-2026-01-08-15-40-14.jpg)