କନକ ବ୍ୟୁରୋ : ଚାରି କୋଟିର ସାଇବର ଠକେଇ କରିଥିବା ଦୁଇ ଅଭିଯୁକ୍ତ ଗିରଫ । ସୁନ୍ଦରଗଡ଼ ରାଜଗାଙ୍ଗପୁର ପୁଲିସ ବିଭିନ୍ନ ବ୍ୟାଙ୍କରେ ଚଢ଼ାଉ କରି ସାଇବର ଠକେଇରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ମୋବାଇଲ, ଗୋଟିଏ ଚେକବୁକ ଜବତ କରିଛି । ସାଇବର ଠକେଇ କରିବା ପାଇଁ ଏବେ ନୂଆ ଉପାୟ ଅବଲମ୍ବନ କରିଛନ୍ତି ସାଇବର ଠକ, ବିଭିନ୍ନ ବ୍ୟାଙ୍କରେ ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ବ୍ୟାଙ୍କରେ ମ୍ୟୁଲ୍ ଏକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଠକେଇ କରୁଥିଲେ ।

Advertisment

ସୁନ୍ଦରଗଡ଼ ଏସ୍‌ପିଙ୍କ ନିର୍ଦେଶକ୍ରମେ ବିଭିନ୍ନ ବ୍ୟାଙ୍କରେ ଚଢ଼ାଉ କରାଯାଇ ଏଭଳି  କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏପଟେ  ବାଲେଶ୍ୱରରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାଶ । ଅପରାଧୀଙ୍କ ଉପରେ ବାଲେଶ୍ୱର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅନ୍ତଃରାଜ୍ୟ ସାଇବର ଠକ ଗିରଫ, ୫୮ ଲକ୍ଷ ଟଙ୍କାର ଠକେଇ ପରିମାଣ ଠାବ । ୧୪୭ଟି ଏଟିଏମ୍ କାର୍ଡ ଓ ୪୯ଟି ଚେକ୍ ବୁକ୍ ସହ ବିଳାସପୂର୍ଣ୍ଣ କାର୍ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଖନ୍ତାପଡ଼ା ଥାନା ଅଞ୍ଚଳର ଗୌତମ କୁମାର ଦାସ, ରବୀନ୍ଦ୍ର କୁମାର ମାଝୀ, କାର୍ତ୍ତିକ ସିଂହ ଓ ଦୀନକୃଷ୍ଣ ବେହେରା ।ସାଇବର କବଚ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ନିର୍ଦ୍ଦୋଷ ଲୋକଙ୍କୁ ଠକି ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଠକମାନଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫ଟି ସାଇବର ଅପରାଧ ମାମଲା ରହିଥିବା ବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାରବାର ହୋଇଥିବା ସୂଚନା ଦେଇଛନ୍ତି ଡିଏସପି ଗାୟତ୍ରୀ ପ୍ରଧାନ ।

ଅଧିକ ପଢନ୍ତୁ : ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ​​ଲଗାଇଲେ ସରକାର

ଏପଟେ  କଟକରୁ ଅପରେଟ ହେଉଥିଲା ଇନଭେଷ୍ଟମେଣ୍ଟ  ନାଁରେ ସାଇବର ଠକେଇ । ୫ ନକଲି ଆକାଉଣ୍ଟଧାରୀଙ୍କୁ ଗିରଫ କଲା ସାଇବର ଥାନା ପୁଲିସ୍ । ଏହି ସମସ୍ତ ଅଭିଯୁକ୍ତ କମିଶନ ନେଇ ନକଲି କରେଣ୍ଟ ଆକାଉଣ୍ଟ କରାଇଥିଲେ । ଏପରିକି  କରେଣ୍ଟ ଆକାଉଣ୍ଟ ର ମୋଟା ଅର୍ଥ କାରବାର ଲାଗି ନକଲି କମ୍ପାନୀ କରିଥିଲେ  ଗିରଫ ଅଭିଯୁକ୍ତ । ୫ ଅଭିଯୁକ୍ତ ଆକାଉଣ୍ଟ ପରିଚାଳନା ଭାର ସାଇବର ଲୁଟେରାଙ୍କୁ ହସ୍ତାନ୍ତର କରାଯାଇଥିଲା ।  ଗିରଫ ଅଭିଯୁକ୍ତ ମାନଙ୍କୁ ଭିତରେ  ଅନେକ ଛାତ୍ର ରହିଥିବା ବେଳେ ସେମାନଙ୍କୁ ଆକାଉଣ୍ଟରେ  କୋଟି କୋଟି ଟଙ୍କା କାରବାର ହୋଇଛି ।  ସେମାନଙ୍କୁ କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୁଲିସ୍ ।