କନକ ବ୍ୟୁରୋ : ଲୁହା ଛଡ଼ ବ୍ୟବସାୟରେ ବଡ଼ ଧରଣର ଠକେଇ । ଠକାମୀର ଶିକାର ହେଉଛନ୍ତି ଓଡ଼ିଶା ବ୍ୟବସାୟୀ । ପଶ୍ଚିମବଙ୍ଗରୁ ଲମ୍ବିଛି ଠକେଇର ଚେର। ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି କୋରାପୁଟ ଜୟପୁରରୁ । ଜୟପୁର ଆମ୍ବାଗୁଡ଼ା ନିକଟରେ ଏମିତି ଏକ ଲୁହା ଛଡ଼ ବୋଝେଇ ଟ୍ରକ୍ ଧରାପଡ଼ିଛି, ଯେଉଁଥିରେ ଲୁହା ଛଡ଼ ବ୍ୟତୀତ ଟ୍ରକ୍ ଭିତରେ ରଖାଯାଇଥିଲା ବାଲି ଏବଂ କଂକ୍ରିଟ୍ ।
ଅଧିକ ପଢନ୍ତୁ : ସାଇବର ଠକେଇ ମାମଲା : ଧର୍ମଶାଳାରେ କ୍ରାଇମବ୍ରାଞ୍ଚ ଓ ପୁଲିସର ବଡ଼ଧରଣର ରେଡ୍
ଗୋଟିଏ ଗୋଟିଏ ପ୍ୟାକଟର ଓଜନ ୨୦ କେଜି ଲେଖାଏଁ ରହିଛି । ଗୋଟିଏ ଟ୍ରଲରରୁ ପ୍ରାୟ ୨୦୦ ପ୍ୟାକେଟ୍ ବାଲି ଏବଂ କଂକ୍ରିଟ ମିଳିଛି । ସ୍ଥାନୀୟ ବ୍ୟବସାୟୀ ଟ୍ରଲରକୁ ଅଟକାଇ ପୁଲିସକୁ ଖବର ଦେଇଛନ୍ତି । ସୂଚନା ଅନୁଯାୟୀ କାରଖାନାରୁ ବାହାରିବା ବେଳେ ଟ୍ରକ୍ ଲୁହା ଛଡ଼ ସହିତ ଓଜନ ହୋଇଥାଏ । କମ୍ପାନୀ କାଗଜପତ୍ର ଅନୁଯାୟୀ ଓଡ଼ିଶାରେ ବ୍ୟବସାୟୀମାନେ ଏହାକୁ ଗ୍ରହଣ କରିଥାନ୍ତି । ମାତ୍ର ରାସ୍ତାରେ ଆସିବା ବେଳେ ଟ୍ରଲର ଡ୍ରାଇଭର ଏଭଳି ଠକେଇ କରୁଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/summgling-2026-02-08-10-14-27.jpg)