କନକ ବ୍ୟୁରୋ : ଗେମିଂ ଆପ୍ କହି ଲୋକଙ୍କୁ ବିଭ୍ରାନ୍ତ କରି ସାଇବର ଠକେଇ କରୁଥିବା ଅଭିଯୋଗ ଆଧାରରେ ସରକାର ୱିଙ୍ଗୋ ଆପ୍କୁ ବ୍ଲକ୍ କରିଛନ୍ତି । ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍କୁ ନକଲି ଏସ୍ଏମ୍ଏସ୍ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍କୁ ବ୍ଲକ୍ କରାଯାଇଛି ।
ଗୃହ ମନ୍ତ୍ରଣାଳୟର କଡ଼ା ପଦକ୍ଷେପ
ଅଧିକାରୀମାନେ କହିଛନ୍ତି, ଆଣ୍ଡ୍ରଏଡ୍ ଆପ୍ ବିରୋଧରେ ଅନେକ ଅଭିଯୋଗ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆପ୍ ବ୍ୟବହାରକାରୀମାନେ ଅଜାଣତରେ ସାଇବର ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ଏସ୍ଏମ୍ଏସ୍ ଠକେଇ ନେଟୱାର୍କର ଶିକାର ହେଉଥିବ ଅଭିଯୋଗ ହୋଇଥିଲା ।
ଅଧିକ ପଢ଼ନ୍ତୁ---ଆମେରିକା-ଇରାନ୍ ଯୁଦ୍ଧ, ଭାରତ ଉପରେ ପଡ଼ିବ କ’ଣ ପ୍ରଭାବ?
ଆପର ପ୍ରଚାର କରୁଥିବା ୟୁଟ୍ୟୁବ୍ ଭିଡିଓଗୁଡ଼ିକୁ ବ୍ଲକ୍
ସରକାର ଆପ୍ର ନିୟନ୍ତ୍ରଣ କେନ୍ଦ୍ରକୁ ବ୍ଲକ୍ କରିଛନ୍ତି । ଏହି ମାମଲାରେ ୧.୫୩ ଲକ୍ଷ ଉପଭୋକ୍ତା ଓ ୫୦ ରୁ ଅଧିକ ୟୁଟ୍ୟୁବ୍ ଭିଡିଓ ସହିତ ଚାରୋଟି ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଥରେ ଜଣେ ଉପଭୋକ୍ତା ଆପ୍ ଡାଉନଲୋଡ୍ କଲେ, ଏହା ସାଇବର ଅପରାଧ ପାଇଁ ଉପଭୋକ୍ତାଙ୍କ ଫୋନ୍ ମାଧ୍ୟମରେ ଏସ୍ଏମ୍ଏସ୍ ପଠାଇବା ଆରମ୍ଭ କରିଥାଏ ।
ଲକ୍ଷ ଲକ୍ଷ ଉପଭୋକ୍ତା ଅଜାଣତରେ ଠକେଇର ଶିକାର
ଏହା ଦୈନିକ ୧୫.୩ ନିୟୁତ ଲୋକଙ୍କ ପାଖରେ ପହଞ୍ଚୁଥିଲା । ଆପ୍ର ଛୋଟ ଦୈନିକ ପେମେଣ୍ଟ ଦ୍ୱାରା ପ୍ରଲୋଭିତ ହୋଇ, ୧୫.୩ ନିୟୁତରୁ ଅଧିକ ୟୁଜର ଅଜାଣତରେ ଏହି ସାଇବର ଅପରାଧର ଶିକାର ହୋଇଥିଲେ । ଇ-ଚାଲାଣ ସହିତ ଜଡିତ ସାଇବର ଠକେଇର ତଦନ୍ତ ସମୟରେ ଆପ୍ର ସନ୍ଦେହ ଜନକ ଭୂମିକା ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ଏନେଇ ତଦନ୍ତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/gaming-aap-2026-01-31-16-01-44.jpg)