କନକ ବ୍ୟୁରୋ: ୯ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବ । ଭୋଟର ତାଲିକାରେ ସ୍ବଚ୍ଛତା ଆଣିବାପାଇଁ ନିର୍ବାଚନ କମିସନ୍ ଆରମ୍ଭ କରିଥିବା ଏହି ଏସ୍ଆଇଆର ନିକଟରେ ବିହାରରେ ଫଳପ୍ରଦ ଭାବେ ଶେଷ ହୋଇଛି । ବିହାର ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ବୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡ଼ୁଚେରୀ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏସ୍ଆଇଆର ଆରମ୍ଭ ହେବ ।
ବିହାରରେ ଜମୁଛି ନିର୍ବାଚନ ପ୍ରଚାର ; ମାରାଥନ୍ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ
ଏହି ରାଜ୍ୟ ଗୁଡ଼ିକ ମଧ୍ୟରୁ ତାମିଲନାଡ଼ୁ, ପୁଡ଼ୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ଭୋଟ୍ ଗ୍ରହଣ ହେବ । ଆସାମରେ ମଧ୍ୟ ୨୦୨୬ରେ ଭୋଟ୍ ହେବ। ଉକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ୫୧ କୋଟି ଭୋଟରଙ୍କ ସହ ୨୦୨୬ ଫେବ୍ରୁଆରି ୭ ତାରିଖରେ ଏସ୍ଆଇଆର ଶେଷ ହେବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ଚିଠା ଇଲେକ୍ଟୋରାଲ ରୋଲ୍ ଜାରି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/04/sir-process-2025-11-04-08-14-12.jpg)