କନକବ୍ୟୁରୋ : ନିର୍ବାଚନ କମିସନ(ଇସି) ଆଜି କହିଛନ୍ତି ଯେ ବିହାରର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ କୌଣସି ରାଜନୈତିକ ଦଳ ଦାବି କିମ୍ବା ଆପତ୍ତି ଦାଖଲ କରିନାହାନ୍ତି । ଅନ୍ୟପକ୍ଷରେ ସେପ୍ଟେମ୍ବର ପହିଲା ସୁଦ୍ଧା ଫଟୋ ଅପଡେଟ୍ କରିବାକୁ ମତଦାତାଙ୍କୁ କୁହାଯାଇଛି । ସଂଶୋଧିତ ଭୋଟର ତାଲିକାକୁ ବିରୋଧ କରି ବିରୋଧୀ ଦଳମାନେ ପ୍ରବଳ ବିରୋଧ ଜାରି ରଖିଥିବା ବେଳେ ପ୍ରଥମ ୨୪ ଘଣ୍ଟା ମଧ୍ୟରେ କୌଣସି ଦଳ ପକ୍ଷରୁ ଗୋଟିଏ ବି ଦାବି କିମ୍ବା ଆପତ୍ତି ଦାଖଲ କରାଯାଇ ନାହିଁ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ।
ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ୨୦୨୫ ଅଧୀନରେ ଗଣନା ପର୍ଯ୍ୟାୟ ଶେଷ ହେବା ପରେ ଶୁକ୍ରବାର ଅପରାହ୍ନରେ ନିର୍ବାଚନ କମିସନ ବିହାର ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଥିଲେ। ବିନା କାରଣରେ ଡ୍ରାଫ୍ଟ ଭୋଟର ତାଲିକାରୁ କୌଣସି ନାମ ହଟିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଦାବି ଓ ଆପତ୍ତି ଦାଖଲ କରିବାକୁ ଜନସାଧାରଣଙ୍କୁ ଏକ ମାସ ସମୟ ଦିଆଯାଇଛି । ୨୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୯୦,୭୧୨ଟି ମତଦାନ କେନ୍ଦ୍ରକୁ ନେଇ ପ୍ରସ୍ତୁତ ଏହି ଡ୍ରାଫ୍ଟ ତାଲିକା ସମସ୍ତ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି ବୋଲି କମିସନ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/03/election-2025-08-03-08-47-24.jpg)