ଉତ୍ତରପ୍ରଦେଶ ପାଇଁ ଏସ୍ଆଇଆର୍ ଚିଠା ତାଲିକା ଜାରି,  କଟିଲା ୨ କୋଟି ୮୯ ଲକ୍ଷ ଭୋଟରଙ୍କ ନାଁ

Advertisment

ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଉପରେ ବିରୋଧୀଙ୍କ ପ୍ରଶ୍ନ । ସେପଟେ ଅମର୍ତ୍ତ୍ୟ ସେନ, ମହମ୍ମଦ ଶାମୀଙ୍କୁ ନୋଟିସ ।

ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଉପରେ ବିରୋଧୀଙ୍କ ପ୍ରଶ୍ନ । ସେପଟେ ଅମର୍ତ୍ତ୍ୟ ସେନ, ମହମ୍ମଦ ଶାମୀଙ୍କୁ ନୋଟିସ ।

SIR list

SIR list Photograph: (Google)

କନକ ବ୍ୟୁରୋ:  ଉତ୍ତର ପ୍ରଦେଶରେ ଏସଆଇଆର ପ୍ରକ୍ରିୟାରେ କଟିଲେ ପ୍ରାୟ ୩ କୋଟି ଭୋଟର । ଜାରି ଡ୍ରାଫ୍ଟ ଭୋଟର ତାଲିକାରେ ବିହାରଠୁ ମଧ୍ୟ ଉତ୍ତର ପ୍ରଦେଶରେ ଅଧିକ ଭୋଟରଙ୍କ ନାଁ କଟିଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି ଡ୍ରାଫ୍ଟ ତାଲିକାରେ ୨କୋଟି ୮୯ଲକ୍ଷ ଭୋଟରଙ୍କ ନାଁ ବାଦ ପଡିଛି । କିନ୍ତୁ ଆୟୋଗ ଏହା ମଧ୍ୟ କହିଛନ୍ତି ଯେଉଁ ଲୋକଙ୍କ ନାଁ ଭୋଟର ତାଲିକାରୁ କଟିବା ନେଇ କୌଣସି ଆପତ୍ତି ରହିଛି, ସେମାନେ ଫେବୃଆରୀ ୬ ତାରିଖ ସୁଦ୍ଧା ଅଭିଯୋଗ କରି ପାରିବେ । ଏହା ପରେ ମାର୍ଚ୍ଚ ୧୨ରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି କରାଯିବ । ମଙ୍ଗଳବାର ଲୋକଭବନରେ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିଣଓ୍ଵା କହିଛନ୍ତି । 

ୟୁପି: ୨କୋଟି ୮୯ ଭୋଟର ବାଦ୍ 
-ଏସଆଇଆର ଡ୍ରାପ୍ଟରେ ୧୨.୫୫ କୋଟି ଭୋଟର ତାଲିକା ସାମିଲ୍ 
-ପୂର୍ବରୁ ମୋଟ୍ ୧୫.୪୪ କୋଟି ଭୋଟର ଥିଲେ
-ଏସଆଇଆର ପ୍ରକ୍ରିୟାରେ ୨.୮୯ କୋଟି ଭୋଟରଙ୍କ ନାଁ କଟା ଯାଇଛି
-କଟା ଯାଇଥିବା ଭୋଟରଙ୍କ ମଧ୍ୟରୁ ୪୬ ଲକ୍ଷ ୨୩ ହଜାର ମୃତ
-୨ କୋଟି ୧୭ ଲକ୍ଷ ସ୍ଥାନାନ୍ତର
-୨୫ ଲକ୍ଷ ୪୭ ହଜାର ନକଲି 
-୭୯ ଲକ୍ଷ ୫୨ ହଜାର ଭୋଟର ସାମିଲ୍
-ମୋଟାମୋଟି ଭୋଟର ତାଲିକାରୁ ୧୮ ପ୍ରତିଶତ ଭୋଟରଙ୍କ ନାଁ କଟା ଯାଇଛି
-ସବୁ ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି
-ଜାନୁଆରୀ ୬ରୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାକୁ ନେଇ କାହାର କିଛି ଆପତ୍ତି ଥିଲେ ଅଭିଯୋଗ କରି ପାରିବେ। -ଫେବୃଆରୀ ୨୭ ସୁଦ୍ଧା ସବୁ ଅଭିଯୋଗର ସମାଧାନ କରାଯିବ
-ଚୂଡ଼ାନ୍ତ ଭୋଟର ତାଲିକା ମାର୍ଚ୍ଚ ୬ରେ ଜାରି କରାଯିବ
-ଲକ୍ଷ୍ନୌରେ ସବୁଠୁ ଅଧିକ ୧୨ ଲକ୍ଷ ମତଦାତାଙ୍କ ନାଁ ଭୋଟର ତାଲିକାରୁ କଟାଯାଇଛି
 ସେହିପରି ଏସଆଇଆରକୁ ନେଇ ପଶ୍ଚିମବଙ୍ଗରେ ପୁଣି ଘମାଘୋଟ । ଏଥର ଏସଆଇଆର୍‌ ପ୍ରକ୍ରିୟାରେ କେତେ ଜଣଙ୍କ ନାଁ କଟିଛି ଯେତିକି ଚର୍ଚ୍ଚାରେ ନାହିଁ ତାଠାରୁ ଅଧିକ ରାଜନୀତି ଚାଲିଛି ପଶ୍ଚିମବଙ୍ଗର ଦୁଇ ବଡ଼ ନାମକରା ଲୋକଙ୍କ ପାଖକୁ ଇସି ପକ୍ଷରୁ ନୋଟିସ୍‌ ଯିବା । ପ୍ରଥମ ହେଲେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଅମର୍ତ୍ତ ସେନ୍ ଏବଂ ଦ୍ବିତୀୟ ଜଣକ ହେଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି,  ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କୁ ଏସଆଇଆର ନୋଟିସ୍ ଅତ୍ୟନ୍ତ ଦୁଃଖଦ। ଅମର୍ତ୍ତ୍ୟ ସେନ ଭାରତ ପାଇଁ ବିଶ୍ୱ ସ୍ତରରେ ସମ୍ମାନ ଅର୍ଜନ କରିଛନ୍ତି ଏବଂ ଦେଶର ପ୍ରତିଷ୍ଠା ବୃଦ୍ଧି କରିଛନ୍ତି। ଅଭିଷେକ ଆହୁରି କହିଛନ୍ତି, ଅମର୍ତ୍ତ୍ୟ ସେନ ବିଶ୍ୱ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି, ତଥାପି ତାଙ୍କୁ ନୋଟିସ୍ ଜାରି କରାଯାଇଛି ।

ଅଧିକ ପଢନ୍ତୁ: ଲୋକସଭାରେ ତେଜିଲା ଏସଆଇଆର ତାତି, ବିଜେପି ଓ ଆରଏସଏସ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଏହା କେବଳ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇ ନାହିଁ ବରଂ ସମଗ୍ର ଦେଶର ଗର୍ବକୁ ଆଘାତ କରୁଛି। ଅନ୍ୟପଟେ ଭାରତୀୟ ତାରକା ପେସର ମହମ୍ମଦ ଶାମି ଏବେ ନିର୍ବାଚନ କମିସନଙ୍କ ସ୍କାନରକୁ ଆସିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅଭିଯାନ ଅଧୀନରେ ଶାମି ଏବଂ ତାଙ୍କ ଭାଇଙ୍କୁ ନୋଟିସ୍ ଜାରି କରାଯାଇଛି । କୋଲକାତାର ଯାଦବପୁର ଅଞ୍ଚଳରେ ଉଭୟଙ୍କୁ ଡକାଯାଇଥିବା ସୂଚନା ମିଳିଛି। ବାସ୍ତବରେ, ଶାମି ଏବଂ ତାଙ୍କ ଭାଇଙ୍କ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟରେ କିଛି ତ୍ରୁଟି ଦେଖାଦେବାରୁ ନିର୍ବାଚନ କମିସନ ସେମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି। ତେବେ ଶାମି ବର୍ତ୍ତମାନ ବିଜୟ ହଜାରେ ଟ୍ରଫିରେ ବ୍ୟସ୍ତ ଥିବାରୁ ଏହି ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ପ୍ରଦାନ କରାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe