କନକ ବ୍ୟୁରୋ : ବିହାରରେ ଭୋଟର ତାଲିକା ରିଭିଜନକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ବଡ଼ ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି, ଭୋଟର ତାଲିକାରେ ସୁଧାର ପାଇଁ ଯେଉଁ ୧୧ ଟି ପ୍ରମାଣପତ୍ରକୁ ଆଧାର କରାଯାଇଛି ସେଥିରେ ଆଧାରକାର୍ଡକୁ ସାମିଲ କରାଯାଉ । ଏହାସହ କୋର୍ଟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏନେଇ ସବୁ ରାଜନୈତିକ ଦଳଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏସଆଇଆରର ସମୟସୀମା ବୃଦ୍ଧି କରିବାକୁ ହୋଇଥିବା ଆବେଦନକୁ କୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ଯଦି ଅଧିକରୁ ଅଧିକ ଆବେଦନ ଆସିବ ତେବେ ଏହା ଉପରେ ବିଚାର କରାଯିବ ।
ଅନ୍ୟପଟେ ୬୫ ଲକ୍ଷ ଲୋକଙ୍କୁ ଭୋଟର ତାଲିକାର ବାଦ୍ ଦେବା ଘଟଣାରେ ସୁପ୍ରିମକୋର୍ଟ କହିଛନ୍ତି ସବୁ ରାଜନୈତିକ ଦଳର ବିଏଲଏମାନଙ୍କୁ ବାଦ ପଡିଥିବା ଭୋଟରଙ୍କ ତାଲିକା ଯାଂଚ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ମାନଙ୍କ ନାମ ଡ୍ରାଫ୍ଟ ତାଲିକାରୁ ବାଦ ପଡିଛି ସେମାନେ ଅଗଷ୍ଟ ୧୪ ଆଦେଶ କ୍ରମରେ ପୁଣି ଅନଲାଇନରେ ଆବେଦନ କରିପାରିବେ ।
କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗ ଭୋଟର ତାଲିକା ରିଭିଜନ ନେଇ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଥିଲେ । ଏହି ଆଦେଶ ମୁତାବକ ନିର୍ବାଚନ ଆୟୋଗ ମଧ୍ୟ ବିସ୍ତୃତ ସତ୍ୟପାଠ ଦାଖଲ କରିଛନ୍ତି । ଏହାସହ ଯେଉଁ ୬୫ ଲକ୍ଷ ଭୋଟରଙ୍କୁ ତାଲିକାରୁ ବାଦ ଦିଆଯାଇଛି ସେମାନଙ୍କୁ ପୁଣିଥରେ ଆବେଦନ କରିବାର ସୁଯୋଗ ମଧ୍ୟ ଦିଆଯାଇଥିବା ନିର୍ବାଚନ ଆୟୋଗଙ୍କ ତରଫରୁ କୋର୍ଟରେ କୁହାଯାଇଛି ।