କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ତଦନ୍ତ ଦାବି କଲେ ପତ୍ନୀ ଶ୍ରେୟା ମିଶ୍ର

Advertisment

ମୃତ୍ୟୁର ରହସ୍ୟ ପଦାକୁ ଆସିବା ନିହାତି ଜରୁରୀ କହିଲେ ହ୍ୟୁମାନଙ୍କ ପତ୍ନୀ ।

ମୃତ୍ୟୁର ରହସ୍ୟ ପଦାକୁ ଆସିବା ନିହାତି ଜରୁରୀ କହିଲେ ହ୍ୟୁମାନଙ୍କ ପତ୍ନୀ ।

Humane Sagar

Humane Sagar Photograph: (KanakNews)

କନକ ବ୍ୟୁରୋ: ପୁଣି ଉଠିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି । ଏଥର ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ତଦନ୍ତ ଦାବି କରିଛନ୍ତି ।  ମୃତ୍ୟୁର ରହସ୍ୟ ପଦାକୁ ଆସିବା ନିହାତି ଜରୁରୀ ବୋଲି କହିଛନ୍ତି ପତ୍ନୀ ଶ୍ରେୟା ମିଶ୍ର । ଗତକାଲି ପ୍ରଥମ କରି ହ୍ୟୁମାନଙ୍କ ସମାଧିସ୍ଥଳକୁ ଯାଇଥିଲେ ଶ୍ରେୟା ।

 ଅଧିକ ପଢନ୍ତୁ: ଆଉ ନାହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଥିଲେ । ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ଶ୍ରୀୟା ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe