କନକ ବ୍ୟୁରୋ : ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ଥରେ ଭାବନ୍ତୁ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ଯଦି ଆଉ ସିନେମାରେ ଗୀତ ନଗାଇବେ ତା’ହେଲେ କ’ଣ ହେବ । ଆଉ ସତକୁ ସତ କିଛି ଏପରି ଘଟଣା ଘଟିବାକୁ ଯାଉଛି । ବର୍ଷର ପ୍ରଥମ ମାସରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଅରିଜିତ୍ ସିଂ । ସେ ବଲିଉଡରେ ପ୍ଲେ-ବ୍ୟାକ୍ ସିଙ୍ଗିଙ୍ଗ୍ ବା ଫିଲ୍ମ ପାଇଁ ଗୀତ ଗାଇବାକୁ ନୂଆ ପ୍ରୋଜେକ୍ଟ ନେବେ ନାହିଁ । ନିଜ ସୋସିଆଲ ମିଡିଆ ସାଇଟ୍ରେ ପୋଷ୍ଟ କରି ସେ ଏହି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଅନେକ "ବଲିଉଡକୁ ଅଲବିଦା" ବୋଲି କହୁଛନ୍ତି ।
ଆଗକୁ ପଢ଼ନ୍ତୁ :ରେସ୍ତୋରାଁ ଖୋଲିଲେ ଅରିଜିତ ସିଂ : ୪୦ ଟଙ୍କାରେ ପେଟ ଫୁଲ୍ !
ତେବେ ଅରିଜିତ୍ କୌଣସି କାରଣ ସ୍ପଷ୍ଟ କରି କହିନାହାନ୍ତି କିନ୍ତୁ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଭଳି ଲାଗୁଛି । ନୂଆ ଫିଲ୍ମ ଗୀତ ଗାଇବେ ନାହିଁ । କିନ୍ତୁ ପୁରୁଣା ଚୁକ୍ତିକୁ ସମ୍ପୂର୍ଣ୍ଣ କରିବେ । ତେବେ ସଙ୍ଗୀତ ଛାଡ଼ିବେ ନାହିଁ । ଇଣ୍ଡିପେଣ୍ଡେଣ୍ଟ୍ ଆର୍ଟିଷ୍ଟ ଭାବରେ ନିଜର ମ୍ୟୁଜିକ୍ କରିବାକୁ, ଶିଖିବାକୁ ଓ ନିଜର ଶର୍ଟ୍ ଅନୁସାରେ ଆଗକୁ ବଢ଼ିବାକୁ ଚାହୁଛନ୍ତି । ଏହା ଶୁଣି ଅରିଜିତଙ୍କ ପ୍ରଶଂସକ ଓ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନେକ ଦୁଃଖ ପ୍ରକାଶ କରୁଛନ୍ତି କାରଣ ତାଙ୍କର କଣ୍ଠରେ "ତୁମ୍ ହି ହୋ", "ଅଗର୍ ତୁମ୍ ସାଥ୍ ହୋ", "କେସରିୟା" ଆଦି ଗୀତ ଦ୍ୱାରା ଏକ ଯୁଗ ଚିହ୍ନିତ ହୋଇଛି । ସଂପୂର୍ଣ୍ଣ ଭାବେ ବଲିଉଡ ଛାଡ଼ିବା ନୁହେଁ କିନ୍ତୁ ଫିଲ୍ମ ପ୍ଲେବ୍ୟାକ୍ରୁ ବିରତି ନେବେ । ହୁଏତ ନିଜର ଆଲବମ୍, ଲାଇଭ୍ କନ୍ସର୍ଟ୍ କିମ୍ବା ଅନ୍ୟ ପ୍ରୋଜେକ୍ଟ୍ ଆସିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/arijit_singh-2026-01-28-08-28-11.jpg)